ଲକ୍‌ ଡାଉନ୍‌ ସମୟରେ ଘରେ ବସି ମଧ୍ୟ ପାଇପାରିବେ ଅତ୍ୟାବଶ୍ୟକ ସାମଗ୍ରୀ, ଘରେ ସାମଗ୍ରୀ ପହଞ୍ଚାଇବ ବିଗ୍‌ବଜାର

Published: Mar 25, 2020, 12:40 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ ସାରା ଦେଶରେ 21 ଦିନ ପାଇଁ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଛି ।  ତେବେ ଏହି ସମୟରେ ଜରୁରୀସେବାଗୁଡିକର ସେବା ଯୋଗାଇ ଦିଆଯିବ । ପନିପରିବା, ଫଳ, ଔଷଧ,  ଗ୍ରୋସରୀ ଓ କ୍ଷୀର ଆଦି ଖୋଲା ରହିବ । ତେବେ ଏପରି ସମୟରେ ବିଗ୍‌ ବଜାର ନିଜ ଗ୍ରାହକମାନଙ୍କୁ ଜରୁରୀ ଆବଶ୍ୟକୀୟ ସାମଗ୍ରୀ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଇଛି ।

ବିଗ୍‌ ବଜାର ଏନେଇ କିଛି ରାଜ୍ୟରେ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ ବୋଲି ଟୁଇଟ୍‌ ଜରିଆରେ ସୂଚନା ଦେଇଛି । ଏହି ଟୁଇଟରରେ ଘରେ ଡେଲିଭରି ଯୋଗାଇଦେବା ଲାଗି ଫୋନ୍‌ ନମ୍ବର ଓ ସ୍ଥାନର ନାମ ଜାରି କରିଛି । ଏହା ଜରିଆରେ ଗ୍ରାହକ ଅତ୍ୟାବଶ୍ୟକ ସାମଗ୍ରୀର ଅର୍ଡର କରିପାରିବେ । ଘରେ ବସି ଆରାମରେ ଅତ୍ୟାବଶ୍ୟକ ଜିନିଷ ପାଇପାରିବେ । ଲକ୍‌ ଡାଉନ୍‌ ସମୟରେ ଘରୁ ନ ବାହାରି ମଧ୍ୟ ଆବଶ୍ୟକତା ଜିନିଷକୁ ମଧ୍ୟ ଘରେ ପାଇହେବ ।

ବାଙ୍ଗାଲୁରୁ, ପାଟନା, ରାଞ୍ଚି, ଭୁବନେଶ୍ବର, ଗୌହ୍ବାଟୀ ପରି ଜାଗାରେ ବିଗ୍‌ବଜାର ଏପରି ସେବା ଯୋଗାଇଦେବା ପାଇଁ ଘୋଷଣା କରିଛି । ଏହି ସମସ୍ତ ସ୍ଥାନ ପାଇଁ ମଧ୍ୟ ନମ୍ବର ଜାରି କରିଛି । ଏତଦ୍‌ବ୍ୟତୀତ ବିଗ୍‌ବଜାର୍‌ ମହାରାଷ୍ଟ୍ର, ମୁମ୍ବାଇ, ଗୁଜୁରାଟ ଓ ରାଜସ୍ଥାନ ପାଇଁ ମଧ୍ୟ କେଉଁ ନମ୍ବରରେ କଲ୍‌ କରି ସାମଗ୍ରୀ ଅର୍ଡର କରିପାରିବେ ସେନେଇ ଟୁଇଟ୍‌ ଜରିଆରେ ସୂଚନା ଦେଇଛି । ସେହିପରି ମୁମ୍ବାଇର ଭିନ୍ନ ଭିନ୍ନ ସ୍ଥାନ ପାଇଁ ଭିନ୍ନ ଫୋନ୍‌ ନମ୍ବର ଜାରି କରାଯାଇଛି ।

ଗୁଜୁରାଟ ପାଇଁ ବିଗ୍‌ ବଜାର ବାପୀ, ରାଜକୋଟ୍‌, ଭାବନଗର ସମେତ ଅନ୍ୟ କେତେ ସହରରେ ମଧ୍ୟ ଘରେ ସାମଗ୍ରୀ ଯୋଗାଇ ଦେବା ପାଇଁ ଲିଷ୍ଟ ଜାରି କରିଛି । (ଏଜେନ୍ସି)

Related posts