କର୍ଣ୍ଣାଟକରୁ ପୁଣି ଆଉ ଏକ ମୁଣ୍ଡ ନେଲା କରୋନା

Published: Mar 26, 2020, 2:37 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର 21 ଦିନର ତାଲା ବନ୍ଦ ଘୋଷଣା କରିଛନ୍ତି। କିନ୍ତୁ ଦେଶରେ କରୋନାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କର୍ଣ୍ଣାଟକରୁ ପୁଣି ଆଉ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 680ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ଏବେ 16ରେ ପହଞ୍ଚିଲାଣି। ଆଜି ଜମ୍ମୁକାଶ୍ମୀରରୁ କରୋନା ଯୋଗୁଁ ପ୍ରଥମ ମୃତ୍ୟୁର ଖବର ଆସିଥିବାବେଳେ ଏବେ କର୍ଣ୍ଣାଟକରୁ ଆଉ ଜଣକର ମୃତ୍ୟୁ ହୋଇଛି । ପୂର୍ବରୁ କର୍ଣ୍ଣାଟକରେ ଜଣକର କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା। (ଏଜେନ୍ସି)

Related posts