ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଦେଶର ଶ୍ରେଷ୍ଠ ଦଶଟି ଘରୋଇ ବିଶ୍ବବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ବବିଦ୍ୟାଳୟ। ନିକଟରେ ପ୍ରକାଶିତ କ୍ୟାରିଅର 360 ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗ 2020 ରେ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନ ଅଧିକାର କରିଛି ସୋଆ। ଓଡ଼ିଶାର ଏକମାତ୍ର ଘରୋଇ ବିଶ୍ବବିଦ୍ୟାଳୟ ଭାବେ ସୋଆ ଏଥିରେ ସ୍ଥାନିତ ହୋଇଛି । ନାକ୍ ଦ୍ବାରା ସ୍ବୀକୃତିପ୍ରାପ୍ତ ସୋଆ 2019 ମସିହାରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ -2019ରେ 24ତମ ସ୍ଥାନ ପାଇଛି ।