ଲକ୍‌ଡାଉନ୍‌ ଉଲ୍ଲଂଘନ : ଜଗତସିହପୁରରେ 9 ଜଣଙ୍କ ବିରୋଧରେ ମାମଲା, 4 ବାଇକ୍‌ ଜବତ

Published: Mar 28, 2020, 8:16 pm IST

ରମେଶ ମହାନ୍ତି
ଜଗତସିଂହପୁର : ଦେଶବ୍ୟାପୀ ଲକ୍‌ଡାଉନ୍‌ ସମୟରେ ଲକ୍‌ଡାଉନ୍‌ ଉଲ୍ଲଂଘନ କାରଣରୁ ଜଗତସିଂହପୁର ଅଞ୍ଚଳରେ 9 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହିତ 4ଟି ବାଇକ୍‌ ଜବତ କରାଯାଇଛି । 27 ତାରିଖରୁ 28 ତାରିଖ ସକାଳ ସୁଦ୍ଧା ଏହି ମାମଲା ରୁଜୁ କରାଯିବା ସହିତ ଗିରଫ କରାଯାଇଛି । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଏହି ମାମଲା ରୁଜୁ କରାଯାଇଛି । ରଘୁନାଥପୁର ବ୍ଲକ୍‌ରେ ଦୁଇଟି ମାମଲା ରୁଜୁ କରାଯିବା ସହିତ ଦୁଇଟି ବାଇକ୍‌ ଜବତ କରାଯାଇଥିବା ବେଳେ ତିର୍ତ୍ତୋଲ ବ୍ଲକ୍‌ରେ 3ଟି ମାମଲାର ରୁଜୁ କରାଯାଇ ଦୁଇଟି ବାଇକ୍‌ ଜବତ କରାଯାଇଛି । କୁଜଙ୍ଗ, ବନ୍ଦର ମେରାଇନ୍‌, ଏରସମା ପ୍ରତ୍ୟେକ ଅଞ୍ଚଳରେ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇଥିବା ବେଳେ ପାରାଦୀପ୍‌ ଲକ୍‌ରେ ଦୁଇଟି ମାମଲା ରୁଜୁ କରାଯାଇଛି । ଏହି ସମୟରେ ସମୁଦାୟ 36ଟି ଗାଡିକୁ ଯାଞ୍ଚ କରାଯାଇଥିବା ବେଳେ 12 ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି ।

Related posts