ବିନା କପଡାରେ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚମ୍ପଟ୍‌ ମାରି ବୃଦ୍ଧାଙ୍କ ତଣ୍ଟି କାଣ୍ଟିଲେ ବ୍ୟକ୍ତି

Published: Mar 29, 2020, 11:15 am IST

ତାମିଲନାଡୁ : ଚୀନରୁ ବୁହାନ ସହରରୁ ବ୍ୟାପିଥିବାବେଳେ ଭାରତରେ ବି ଏହାର କାୟା ବିସ୍ତାର କରିଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଥିବାବେଳେ ମୃତକଙ୍କ 24ରେ ପହଞ୍ଚିଛି। କରୋନା ସ୍ଥିତିକୁ ଦେଖି ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବଳେଳ ତାମିଲନାଡୁର ଥେନି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତାମିଲନାଡୁର ଥେନି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ମିଳିଛି। ଏଠାରେ ଜଣେ ବ୍ୟକ୍ତି କ୍ବାରେଣ୍ଟାଇନ୍‌ରୁ ଚମ୍ପଟ୍‌ ମାରିଛି। ଏହି ବ୍ୟକ୍ତିଜଣକ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚମ୍ପଟ୍‌ ମାରିଥିବବେଳେ 90 ବର୍ଷୀୟ ବୃଦ୍ଧାଙ୍କ ବେକ କାଟି ଦେଇଛନ୍ତି। ହୋମ୍‌ କ୍ବାରେଣ୍ଟାଇନ୍‌ରୁ ବ୍ୟକ୍ତିଜଣକ ବିନା କପଡାରେ ବାହାରି ଚମ୍ପଟ ମାରିବାକୁ ବସିଥିବାବେଳେ ବୃଦ୍ଧାଙ୍କର ବେକ କାଟି ଦେଇଛନ୍ତି। ଏହାପରେ ବୃଦ୍ଧା ଜଣକ ଚିତ୍କାର କରିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚମ୍ପଟ ମାରିଥିବା ବ୍ୟକ୍ତି ଜଣକ କିଛି ଦିନ ପୂର୍ବରୁ ଶ୍ରୀଲଙ୍କାରୁ ଫେରିଥିଲେ। ବିଦେଶରୁ ଫେରିଥିବାବେଳେ ବ୍ୟକ୍ତି ଜଣଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ଏହାପରେ ତାଙ୍କର ମାନସିକ ସ୍ଥିତି ବେଶ୍‌ ବିଗିଡି ଯାଇଥିଲା। ମିଳିଥିବା ସୂଚନା ଅନୁସାରେ ହୋମ୍‌ କ୍ବାରେଣ୍ଟାଇନରୁ ବ୍ୟକ୍ତିଜଣକ ବିନା କପଡାରେ ପଳାୟନ କରିଥିଲେ। ସେ ପୂର୍ବରୁ ଏକ ଟେକ୍ସଟାଇଲ୍‌ ବ୍ୟବସାୟ କରୁଥିଲେ। ପୋଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି । (ଏଜେନ୍ସି)

Related posts