
ମୁମ୍ବାଇ : ସମଗ୍ର ଦେଶ ଲକ୍ଡାଉନ୍ରେ ରହିଥିବା ବେଳେ ଭାରତୀୟ ରେଳବାଇ ସହାୟତାର ହାତ ବଢାଇଛି । ସମଗ୍ର ଦେଶରେ ଭାରତୀୟ ରେଳବାଇ ପକ୍ଷରୁ ୧୧ ହଜାର ପ୍ୟାକେଟ୍ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ରେଳବାଇର ରହିଥିବା ୨୫ଟି ଆଇଆରସିଟିସି କିଚନେ୍ରେ ଏହି ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ରେଳବାଇ ପକ୍ଷରୁ ଦିଲ୍ଲୀରେ ୫୦୩୦, ବେଙ୍ଗାଲୁରୁରେ ୨୦୦୦, ହୁବଳୀରେ ୭୭୦, ବମ୍ବେ ସେଣ୍ଟ୍ରାଲରେ ୧୫୦୦, ହାଓଡା ଏବଂ ସିଆଲଦାହରେ ୫୦୦, ଟାଟା ଏବଂ ପାଟନାରେ ୪୦୦, ରାଞ୍ଚିରେ ୩୦୦ ଏବଂ କାଠିଆରରେ ୨୦୦ ଜଣଙ୍କୁ ଏହି ଖାଦ୍ୟ ବଣ୍ଟନ କରାଯାଇଥିଲା । ଆରପିଏଫ୍ ପକ୍ଷରୁ ଏହି ଖାଦ୍ୟ ବୁଲିବୁଲି ବଣ୍ଟନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ରେଳବାଇ ପକ୍ଷରୁ ଏହାର ସମସ୍ତ ଉତ୍ପାଦନ ୟୁନିଟ୍କୁ ବନ୍ଦ ରଖାଯାଇ ସାନିଟାଇଜର ଏବଂ ମାସ୍କ ର୍ନିମାଣରେ ନିୟୋଜନ କରାଯାଇଛି ।