Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅରୁଣାଚଳପ୍ରଦେଶରୁ ଆସିଲା କରୋନା ଜନିତ ପ୍ରଥମ ମାମଲା, ରାଜସ୍ଥାନରେ ଜଣେ ବ୍ୟକ୍ତିଙ୍କଠାରୁ 17 ଜଣ ହେଲେ ସଂକ୍ରମିତ
ଆଜିର ଖବର

ଅରୁଣାଚଳପ୍ରଦେଶରୁ ଆସିଲା କରୋନା ଜନିତ ପ୍ରଥମ ମାମଲା, ରାଜସ୍ଥାନରେ ଜଣେ ବ୍ୟକ୍ତିଙ୍କଠାରୁ 17 ଜଣ ହେଲେ ସଂକ୍ରମିତ

April 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ସମ୍ପର୍କିତ ମାମଲା ବେଶ୍‌ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗୁରୁବାର ସକାଳ 10ଟା ସୁଦ୍ଧା ମହାରାଷ୍ଟ୍ର, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ସେହିପରି ଦେଶର ଉତ୍ତରପୂର୍ବ ଅଞ୍ଚଳରେ ମଧ୍ୟ କରୋନା ବିସ୍ତାର ଲାଭ କରୁଛି । ଅରୁଣାଚଳ ପ୍ରଦେଶରେ ନୂତନ ମାମଲା ସାମ୍ନାକୁ ଆସିଛି । ଏହି ବ୍ୟକ୍ତି ଜଣକ ଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବଲିଗ୍‌ ଜମାତରୁ ଫେରିଥିଲେ । ଏପର୍ଯ୍ୟନ୍ତ ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2000 ପାଖାପାଖି ହୋଇଥିବାବେଳେ 40ରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଛି । କେବଳ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ 338ଟି ମାମଲା ସାମ୍ନାକୁ ଆସିଛି । ସେଥିରୁ 17ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 41 ଜଣ ଠିକ୍‌ ହୋଇଛନ୍ତି।

ସେହିପରି ରାଜସ୍ଥାନରେ ଗୁରୁବାର ଦିନ 9ଟି ମାମଲା ସାମ୍ନାକୁ ଆସିଥିଲା । ଜୟପୁରର ରାମଗଞ୍ଜରୁ 7ଟି ନୂଆ ମାମଲା ଆସିଛି । ତେବେ ରାମଗଞ୍ଜର ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବା ଯୋଗୁଁ 7 ଜଣ କରୋନାରେ ସଂକ୍ରମିତ ହୋଇଥିବାର ଖବର ସାମ୍ନାକୁ ଆସିଛି । ଏହି ବ୍ୟକ୍ତି ଜଣକ ପ୍ରାୟ 17 ଜଣଙ୍କୁ ସଂକ୍ରମିତ କରିଥିବାର ସୂଚନା ରହିଛି । ରାଜସ୍ଥାନରେ 129ଟି ମାମଲା ସାମ୍ନାକୁ ଆସିଛି । ଝୁନ୍‌ଝୁନ୍‌ର ସଂକ୍ରମିତ ବ୍ୟକ୍ତି ତବଲିଗ୍‌ ଜମାତ୍‌ ସହ ସମ୍ପର୍କରେ ଥିଲେ ।

ସେହିପରି ଜମ୍ମୁକାଶ୍ମୀରରେ ଗୁରୁବାର ଦିନ ନୂତନ ସାତଟି ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 62କୁ ବୃଦ୍ଧି ପାଇଛି । ଏଥିରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଠିକ୍‌ ହୋଇଛନ୍ତି । ସେହିପରି ମଣିପୁରରେ ମଧ୍ୟ ଦୁଇଜଣ ଆକ୍ରାନ୍ତ ରହିଥିବାବେଳେ ଆସାମରେ ଆକ୍ରାନ୍ତଙ୍କ ସଂଖ୍ୟା 5କୁ ବୃଦ୍ଧି ପାଇଛି ।

କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି

କେରଳ : 265

ମହାରାଷ୍ଟ୍ର : 335

କର୍ଣ୍ଣାଟକ : 110

ତେଲେଙ୍ଗାନା : 97

ଗୁଜୁରାଟ : 82

ରାଜସ୍ଥାନ : 108

ଉତ୍ତରପ୍ରଦେଶ : 116

ଦିଲ୍ଲୀ : 152

ପଞ୍ଜାବ : 46

ତାମିଲନାଡୁ : 234

ହରିୟାଣା : 43

ମଧ୍ୟପ୍ରଦେଶ : 86

ଜମ୍ମୁକାଶ୍ମୀର : 62

ପଶ୍ଚିମବଙ୍ଗ : 27

ଆନ୍ଧ୍ରପ୍ରଦେଶ : 87

ଲଦାଖ : 13

ବିହାର : 23

ଚଣ୍ଡୀଗଡ : 15

ଆଣ୍ଡାମାନ ନିକୋବର : 10

ଛତିଶଗଡ : 9

ଉତ୍ତରାଖଣ୍ଡ : 7

ଗୋଆ : 5

ଓଡ଼ିଶା : 4

ହିମାଚଳ ପ୍ରଦେଶ : 3

ମିଜେରାମ : 1

ପୁଡୁଚେରୀ : 1

ମଣିପୁର : 2

ଅରୁଣାଚଳ ପ୍ରଦେଶ  : 1

ଆସାମା : 5

 

 

 

covid-19
Share. Facebook Twitter LinkedIn Email WhatsApp Copy Link

Related Posts

ମନ୍ଦିରର ୫୦୦ ମିଟର ମଧ୍ୟରେ ମାଂସ ଦୋକାନ ବନ୍ଦ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ

March 19, 2026

ଏହି ୩ ଟି ଷ୍ଟେସନରେ ଟ୍ରେନଗୁଡ଼ିକର ହେଲା ପରୀକ୍ଷାମୂଳକ ରହଣି 

March 19, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026
Latest News

ମନ୍ଦିରର ୫୦୦ ମିଟର ମଧ୍ୟରେ ମାଂସ ଦୋକାନ ବନ୍ଦ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ

March 19, 2026

ଏହି ୩ ଟି ଷ୍ଟେସନରେ ଟ୍ରେନଗୁଡ଼ିକର ହେଲା ପରୀକ୍ଷାମୂଳକ ରହଣି 

March 19, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.