ଅରୁଣାଚଳପ୍ରଦେଶରୁ ଆସିଲା କରୋନା ଜନିତ ପ୍ରଥମ ମାମଲା, ରାଜସ୍ଥାନରେ ଜଣେ ବ୍ୟକ୍ତିଙ୍କଠାରୁ 17 ଜଣ ହେଲେ ସଂକ୍ରମିତ

Published: Apr 2, 2020, 10:37 am IST

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ସମ୍ପର୍କିତ ମାମଲା ବେଶ୍‌ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗୁରୁବାର ସକାଳ 10ଟା ସୁଦ୍ଧା ମହାରାଷ୍ଟ୍ର, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ସେହିପରି ଦେଶର ଉତ୍ତରପୂର୍ବ ଅଞ୍ଚଳରେ ମଧ୍ୟ କରୋନା ବିସ୍ତାର ଲାଭ କରୁଛି । ଅରୁଣାଚଳ ପ୍ରଦେଶରେ ନୂତନ ମାମଲା ସାମ୍ନାକୁ ଆସିଛି । ଏହି ବ୍ୟକ୍ତି ଜଣକ ଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବଲିଗ୍‌ ଜମାତରୁ ଫେରିଥିଲେ । ଏପର୍ଯ୍ୟନ୍ତ ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2000 ପାଖାପାଖି ହୋଇଥିବାବେଳେ 40ରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଛି । କେବଳ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ 338ଟି ମାମଲା ସାମ୍ନାକୁ ଆସିଛି । ସେଥିରୁ 17ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 41 ଜଣ ଠିକ୍‌ ହୋଇଛନ୍ତି।

ସେହିପରି ରାଜସ୍ଥାନରେ ଗୁରୁବାର ଦିନ 9ଟି ମାମଲା ସାମ୍ନାକୁ ଆସିଥିଲା । ଜୟପୁରର ରାମଗଞ୍ଜରୁ 7ଟି ନୂଆ ମାମଲା ଆସିଛି । ତେବେ ରାମଗଞ୍ଜର ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବା ଯୋଗୁଁ 7 ଜଣ କରୋନାରେ ସଂକ୍ରମିତ ହୋଇଥିବାର ଖବର ସାମ୍ନାକୁ ଆସିଛି । ଏହି ବ୍ୟକ୍ତି ଜଣକ ପ୍ରାୟ 17 ଜଣଙ୍କୁ ସଂକ୍ରମିତ କରିଥିବାର ସୂଚନା ରହିଛି । ରାଜସ୍ଥାନରେ 129ଟି ମାମଲା ସାମ୍ନାକୁ ଆସିଛି । ଝୁନ୍‌ଝୁନ୍‌ର ସଂକ୍ରମିତ ବ୍ୟକ୍ତି ତବଲିଗ୍‌ ଜମାତ୍‌ ସହ ସମ୍ପର୍କରେ ଥିଲେ ।

ସେହିପରି ଜମ୍ମୁକାଶ୍ମୀରରେ ଗୁରୁବାର ଦିନ ନୂତନ ସାତଟି ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 62କୁ ବୃଦ୍ଧି ପାଇଛି । ଏଥିରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଠିକ୍‌ ହୋଇଛନ୍ତି । ସେହିପରି ମଣିପୁରରେ ମଧ୍ୟ ଦୁଇଜଣ ଆକ୍ରାନ୍ତ ରହିଥିବାବେଳେ ଆସାମରେ ଆକ୍ରାନ୍ତଙ୍କ ସଂଖ୍ୟା 5କୁ ବୃଦ୍ଧି ପାଇଛି ।

କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି

କେରଳ : 265

ମହାରାଷ୍ଟ୍ର : 335

କର୍ଣ୍ଣାଟକ : 110

ତେଲେଙ୍ଗାନା : 97

ଗୁଜୁରାଟ : 82

ରାଜସ୍ଥାନ : 108

ଉତ୍ତରପ୍ରଦେଶ : 116

ଦିଲ୍ଲୀ : 152

ପଞ୍ଜାବ : 46

ତାମିଲନାଡୁ : 234

ହରିୟାଣା : 43

ମଧ୍ୟପ୍ରଦେଶ : 86

ଜମ୍ମୁକାଶ୍ମୀର : 62

ପଶ୍ଚିମବଙ୍ଗ : 27

ଆନ୍ଧ୍ରପ୍ରଦେଶ : 87

ଲଦାଖ : 13

ବିହାର : 23

ଚଣ୍ଡୀଗଡ : 15

ଆଣ୍ଡାମାନ ନିକୋବର : 10

ଛତିଶଗଡ : 9

ଉତ୍ତରାଖଣ୍ଡ : 7

ଗୋଆ : 5

ଓଡ଼ିଶା : 4

ହିମାଚଳ ପ୍ରଦେଶ : 3

ମିଜେରାମ : 1

ପୁଡୁଚେରୀ : 1

ମଣିପୁର : 2

ଅରୁଣାଚଳ ପ୍ରଦେଶ  : 1

ଆସାମା : 5

 

 

 

Related posts