Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନାହାରକୁ ଆହାର ଦେବାରେ ବିଫଳ ବାଣପୁର ପ୍ରଶାସନ: ଭୋକିଲାଙ୍କୁ ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ ଯୁବକ
ଆଜିର ଖବର

ଅନାହାରକୁ ଆହାର ଦେବାରେ ବିଫଳ ବାଣପୁର ପ୍ରଶାସନ: ଭୋକିଲାଙ୍କୁ ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ ଯୁବକ

April 2, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ସାରା ଦେଶରେ କରୋନା ମହାମାରୀ ରୋକିବା ପାଇଁ ଲକ ଡାଉନ ଚାଲିଥିବା ବେଳେ ଏଥିରେ ଜନଜୀବନ ଓ ଜୀବିକା ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଏହି ସମୟରେ ବହୁ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଦିନ ମଜୁରିଆ ତଥା ଖଟିଖିଆ ମାନଙ୍କ ବୃତ୍ତି ବନ୍ଦ ହୋଇଯାଇଥିବା ସ୍ଥଳେ ଦିନକୁ ଦି ଓଳି ଖାଇବା ପାଇଁ ମଧ୍ୟ ସେମାନେ ସଂଘର୍ଷ କରୁଛନ୍ତି। କେହି ବି ଅନାହାରରେ ନରହିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଅ ଯାଇଥିଲେ ମଧ୍ୟ ବାସ୍ତବତା ଏହା ଠାରୁ ଭିନ୍ନ। ଅନେକ ଯୋଜନା ମଧ୍ୟ ଘୋଷଣା ହୋଇଛି ମାତ୍ର ଯୋଜନାର ସଠିକ ରୂପାୟନ ହୋଇ ପାରୁନି। କୋଉଠି ନା କୋଉଠି ବ୍ୟତିକ୍ରମ ଘଟୁଛି।

ଏହି ଲକ ଡାଉନ ସମୟରେ କେବଳ ମଣିଷ ନୁହେଁ ବରଂ ପଶୁ ପକ୍ଷୀ ମଧ୍ୟ ସମାନ ଭାବରେ ପ୍ରଭାବିତ। ଦୋକାନ ବଜାର ବନ୍ଦ ଥିବାରୁ ପଶୁ ପକ୍ଷୀ ମାନେ ଖାଇବାକୁ ପାଉନାହାନ୍ତି। ଏହି ସମୟରେ ସରକାରୀ ସାହାଯ୍ୟକୁ ଅପେକ୍ଷା ନକରି ବହୁ ସାମାଜିକ ତଥା ସ୍ବେଛାସେବୀ ସଂଗଠନ ମାନେ ଗରିବ ତଥା ଅନାହାରରେ ଦିନ କାଟୁଥିବା ଦିନମଜୁରିଆ ଓ ପଶୁପକ୍ଷୀ ଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।

ବାଣପୁର ଏନ.ଏ.ସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ତଳ ସାହିରେ ଏପରି ଏକ ଦୃଷ୍ଟାନ୍ତ ଗତ ଚାରିଦିନ ହେଲା ଦେଖିବାକୁ ମିଳୁଛି। ଏଠାକାର କିଛି ସ୍ବେଛାସେବୀ ଯୁବକ ମାନେ ଗତ ଚାରିଦିନ ହେଲା ସନ୍ଧ୍ୟା ସମୟରେ ଏନ.ଏ.ସି ଅଂଚଳରେ ବୁଲୁଥିଲା ବୁଲା ଗାଈ ଗୋରୁ, କୁକୁର ଆଦିଙ୍କୁ ଶୁଖିଲା ଖାଦ୍ୟ ଖାଇବାକୁ ଦେଉଛନ୍ତି। ତତସହିତ ସହରରେ ରହୁଥିବା ମାନସିକ ବିକୃତ ବ୍ୟକ୍ତି ଓ ଭିକ୍ଷୁକ ମାନଙ୍କୁ ମଧ୍ୟ ପ୍ରତିଦିନ ଶୁଖିଲା ଓ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି। ଆଜି ସାହିର କିଛି ଯୁବକ କୋଡିଏ ଜଣ ଦିନ ମଜୁରିଆ ତଥା ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ କରି ଏନ.ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ସେମାନଙ୍କ ଖାଦ୍ୟ ବ୍ୟବସ୍ଥା କରାଇବାକୁ ନିବେଦନ କରିଥିଲେ। କିନ୍ତୁ ଅଧିକାରୀଙ୍କଠୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ବାଧ୍ୟ ହୋଇ ସନ୍ଧ୍ୟାରେ ସେମାନେ ନିଜ ହାତରୁ ଖର୍ଚ୍ଚ କରି ଭାତ ଓ ଡାଲମା ତିଆରି କରି ଆଜି ସଂଧ୍ୟାରେ ସେ ବ୍ୟକ୍ତିମାନଙ୍କୁ ବାଣ୍ଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ମହତ କାର୍ଯ୍ୟକ୍ରମକୁ ସାହିର ଯୁବକ ରାମଚନ୍ଦ୍ର ପାଳ, କାଁହୁ ମିଶ୍ର, ମିଟୁ ପ୍ରଧାନ, ସୁଶାନ୍ତ, ରାଜା ଆଚାରି, କିସାନ ଓ ଲୋକୀ ଆଦି ପରିଚାଳନା କରୁଛନ୍ତି।

ଲକଡାଉନ ସମୟରେ କେହି ବି ଓପାସ ରହିବେନି ବୋଲି ସରକାରଙ୍କ କଡା ନିର୍ଦେଶ ରହିଛି। ଏଥିପାଇଁ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛିି। ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବାଣପୁର ଏନ୍‌ଏସିର ସମସ୍ତ ୧୫ଟି  ଓ୍ବାର୍ଡରେ।

ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ଏନ.ଏ.ସି ପ୍ରଶାସନ ତରଫରୁ ପଲଟନ ପଡିଆ ରେ ପଞ୍ଚୁଦୋଳ ପାଇଁ ଆସିଥିବା ଆନ୍ଧ୍ର ପରିବାର ଲକ ଡାଉନ ଲାଗି ଫସିଯାଇଥିବାରୁ ସେମାନଙ୍କ ଖାଇବା ବ୍ୟବସ୍ଥା କରିବା ସହ ପ୍ରତିଦିନ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଖାଦ୍ୟ ବିତରଣ କରାଯାଉଛି। କିନ୍ତୁ ସେ ଖାଦ୍ୟ କିଏ ପାଉଛି କେତେଜଣ ପାଉଛନ୍ତି ତାହାର ସଠିକ ସୂଚନା ଗଣମାଧ୍ୟମ କୁ ମିଳିପାରୁନାହିଁ ଓ ଯଦ୍ୱାରା ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡୁଛନ୍ତି। ଏହି ଓ୍ବାର୍ଡରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ତାଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାରେ ଏନଏସି ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି। ଏଠି ପ୍ରଶ୍ନ ଉଠୁଛି ଯେ, ଯଦି ଗୋଟିଏ ଓ୍ବାର୍ଡରୁ କୋଡିଏରୁ ଉର୍ଦ୍ଧ୍ବ ବ୍ୟକ୍ତି ଭୋକ ଓପାସରେ ରହୁଛନ୍ତି,ତେବେ ସମସ୍ତ ୧୫ଟି ଓ୍ବାର୍ଡରୁ କେତେ ଭୋକିଲା ଲୋକେ ବାହାରିବେ ?

ସମୀକ୍ଷା ନିୟୁଜ ମାଧ୍ୟମରେ ବାଣପୁରର କିଛି ସ୍ବେଚ୍ଛାସେବୀ ଯୁବକମାନେ ଏହି ସମସ୍ୟାକୁ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇବାକୁ ଚାହିଁଛନ୍ତି।  ଆସନ୍ତାକାଲି ଠାରୁ ସହରାଞ୍ଚଳରେ ଅନାହାରରେ ବସବାସ କରି ଦିନ କାଟୁଥିବା ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ତୁରନ୍ତ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା ଓ ପଶୁ ପକ୍ଷୀ ମାନଙ୍କ ପାଇଁ ମଧ୍ୟ କିଛି ଖାଦ୍ୟ ବ୍ୟବସ୍ଥା କରିବାକୁ ବାଣପୁର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।

banpur Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ବାତ୍ୟା: ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ସମୀକ୍ଷା ଓ ଗଞ୍ଜାମରେ ପ୍ରଶାସନିକ ସଜବାଜ

October 24, 2026

ସମୁଦ୍ରରେ ବଳ ଗୋଟାଇବ ବାତ୍ୟା! ଓଡ଼ିଶା ପାଇଁ କେତେ ବଡ଼ ଚ୍ୟାଲେଞ୍ଜ?

October 24, 2026

BREAKING NEWS: ଓଡ଼ିଶାରେ ବାତ୍ୟା ଆଶଙ୍କା କେତେ? ଲଘୁଚାପର ଗତିପଥ ଉପରେ ରହିଛି ନଜର

October 24, 2026

୧୬ ଜିଲ୍ଲାକୁ ସତର୍କ ସୂଚନା: ବାତ୍ୟା ଆଶଙ୍କାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

October 24, 2026
Latest News

ସମ୍ଭାବ୍ୟ ବାତ୍ୟା: ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ସମୀକ୍ଷା ଓ ଗଞ୍ଜାମରେ ପ୍ରଶାସନିକ ସଜବାଜ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026

ରାହୁଲ ଗାନ୍ଧୀଙ୍କୁ ବ୍ୟବସାୟୀଙ୍କ ଚିଠି: ଦୀପାବଳି ପରେ ରାଲି କରିବାକୁ ଅନୁରୋଧ

October 24, 2026

ସମୁଦ୍ରରେ ବଳ ଗୋଟାଇବ ବାତ୍ୟା! ଓଡ଼ିଶା ପାଇଁ କେତେ ବଡ଼ ଚ୍ୟାଲେଞ୍ଜ?

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.