Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ଏପର୍ଯ୍ୟନ୍ତ 1 ଲକ୍ଷ 86 ହଜାର  କରୋନା ପରୀକ୍ଷା କରାଯାଇଛି, କେବଳ 20% ରୋଗୀ ଗୁରୁତର : କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ
ଆଜିର ଖବର

ଦେଶରେ ଏପର୍ଯ୍ୟନ୍ତ 1 ଲକ୍ଷ 86 ହଜାର  କରୋନା ପରୀକ୍ଷା କରାଯାଇଛି, କେବଳ 20% ରୋଗୀ ଗୁରୁତର : କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ

April 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରେସ୍‌ ମିଟ୍‌ କରିଛନ୍ତି । ଏହି ବୈଠକରେ ଭାରତରେ କରୋନା ସ୍ଥିତି ଓ ଏହାକୁ ରୋକିବା ନେଇ କିପରି ପ୍ରସ୍ତୁତି ଚାଲିଛି ସେ ସମ୍ପର୍କରେ କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ । ଦେଶରେ ଏପର୍ଯ୍ୟନ୍ତ 20ପ୍ରତିଶତ ରୋଗୀ ଗୁରୁତର ରହିଛନ୍ତି । ଏପର୍ଯ୍ୟନ୍ତ ଦେଶରେ 1 ଲକ୍ଷ 86 ହଜାର କରୋନା ପରୀକ୍ଷା କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ । ପ୍ରତ୍ୟହ 15 ହଜାର ସାମ୍ପଲ୍‌ ପରୀକ୍ଷା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ । ଏଯାବତ୍‌ 1 ଲକ୍ଷ 86 ହଜାର 906 ସାମ୍ପଲ୍‌ ପରୀକ୍ଷା ହୋଇଛି । 219ଟି ସ୍ଥାନରେ କରୋନା ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି । ସେହିପରି କରୋନା ଅପଡେଟ୍‌ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରସ୍ବାସ୍ଥ୍ୟ ବିଭାଗ କହିଛି ଯେ, 24 ଘଣ୍ଟାରେ 34 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 909 ଜଣ ଆକ୍ରାନ୍ତ ହୋଇଛନ୍ତି ।  ସେହିପରି ଡିସ୍‌ଚାର୍ଜ ହୋଇଛନ୍ତି 716 ଜଣ । ଭାରତରେ ଏବେ ସୁଦ୍ଧା 7,367ଟି ଆକ୍ଟିଭ୍‌ କେଶ୍‌ ରହିଛି । ସେହିପରି ପରୀକ୍ଷା ହୋଇଥିବା ସମସ୍ତ ନମୁନାର 4.3% ପଜିଟିଭ୍‌ ରହିଛି । ଦେଶରେ ଆଇସିୟୁ ବ୍ୟବସ୍ଥା ସହ 20% ଆକ୍ରାନ୍ତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । 80% ସାମାନ୍ୟ ଆକ୍ରାନ୍ତ କୋଭିଡ୍‌ କେୟାର ସେଣ୍ଟରରେ ଚିକିତ୍ସାଧୀନ ରହିଛନ୍ତି । ଆଜି ସୁଦ୍ଧା 1671 ବେଡ୍‌ ଆବଶ୍ୟକ ଥିବାବେଳେ 1ଲକ୍ଷ 5 ହଜାର ବେଡ୍‌ ରହିଛି । 20 ହଜାର ରେଲଓ୍ବେ କୋଚ୍‌ ଡେଡିକେଟେଡ୍‌ କୋଭିଡ୍‌ -19 ଓ୍ବାର୍ଡ ହେବ । ସମସ୍ତ ପ୍ରକାର ସମ୍ଭାବ୍ୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଲବ୍‌ ଅଗ୍ରଓ୍ବାଲ ।

ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ମଧ୍ୟ କୌଣସି ବାଧା ନାହିଁ ବୋଲି କହିଛନ୍ତି ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟା ଶ୍ରୀବାସ୍ତବ । ଦେଶବ୍ୟାପୀ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ବାଧା ନାହିଁ । ଅତ୍ୟାବଶ୍ୟକ ସେବା ପାଇଁ 3ଟି ମନ୍ତ୍ରାଳୟ ମିଳିତ ଭାବେ ସେବାରେ ଲାଗିଛନ୍ତି । ବେସାମରିକ ବିମାନ ଚଳାଚଳ, ଖାଉଟି ଯୋଗାଣ ଓ ରେଲଓ୍ବେ ମନ୍ତ୍ରାଳୟ ପ୍ରମୁଖ ଅତ୍ୟାବଶ୍ୟକ ସେବା ପାଇଁ ଲାଗିପଡଛନ୍ତି । କରୋନା ସଂକଟ ସମୟରେ ସାଇବର ଅପରାଧ ରୋକିବା ଦିଗରେ ମଧ୍ୟ ମନ୍ତ୍ରାଳୟ କାର୍ଯ୍ୟ କରୁଛି ବୋଲି ଗୃହମନ୍ତ୍ରାଳୟର ସଚିବ କହିଛନ୍ତି । (ଏଜେନ୍ସି)

Ministry of Health
Share. Facebook Twitter LinkedIn Email WhatsApp Copy Link

Related Posts

GST ନିୟମରେ ବଡ଼ କଥା! ଏହି ସାମଗ୍ରୀ ଓ ସେବା ଉପରେ ଲାଗେନି ଟିକସ

October 9, 2026

କିଡନୀ ସୁସ୍ଥ ରଖିବାକୁ ଚାହୁଁଛନ୍ତି? ଦୈନନ୍ଦିନ ଜୀବନରେ କରନ୍ତୁ ଏହି ସରଳ ପରିବର୍ତ୍ତନ

October 9, 2026

RBI ରେପୋ ରେଟ୍ ବଢ଼ିଲା, ମହଙ୍ଗା ହେବ ଋଣ! BoB, PNB ସମେତ ଅନେକ ବ୍ୟାଙ୍କ ବଢ଼ାଇଲେ ସୁଧ ହାର

October 9, 2026

ଆଜି ମହିଳା ଓ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ସମାପନୀ ଅଧିବେଶନ

October 9, 2026
Latest News

GST ନିୟମରେ ବଡ଼ କଥା! ଏହି ସାମଗ୍ରୀ ଓ ସେବା ଉପରେ ଲାଗେନି ଟିକସ

October 9, 2026

କିଡନୀ ସୁସ୍ଥ ରଖିବାକୁ ଚାହୁଁଛନ୍ତି? ଦୈନନ୍ଦିନ ଜୀବନରେ କରନ୍ତୁ ଏହି ସରଳ ପରିବର୍ତ୍ତନ

October 9, 2026

RBI ରେପୋ ରେଟ୍ ବଢ଼ିଲା, ମହଙ୍ଗା ହେବ ଋଣ! BoB, PNB ସମେତ ଅନେକ ବ୍ୟାଙ୍କ ବଢ଼ାଇଲେ ସୁଧ ହାର

October 9, 2026

ଆଜି ମହିଳା ଓ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ସମାପନୀ ଅଧିବେଶନ

October 9, 2026

ଭାରତୀୟ ପାଇଲଟ ସ୍ମିତ୍ ମାଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସାହସିକତା ପୁରସ୍କାର

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.