ଦେଶର ଏହି 25ଟି ଜିଲ୍ଲାରେ 14 ଦିନ ପରେ କେହି ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି

Published: Apr 13, 2020, 10:38 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ  ଲଢେଇ ଜାରି ରଖିଛି ଭାରତ । ଆଜି ଲକ୍‌ଡାଉନ୍‌ର 20ତମ ଦିବସ । ଏହାର ପ୍ରଭାବ ମଧ୍ୟ ଦେଶରେ ଦେଖିବାକୁ ମିଳିଛି ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସ୍ବାସ୍ଥ୍ୟ ବିଭାଗ ତରଫରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଦେଶର 15ଟି ରାଜ୍ୟରେ 25ଟି ଏପରି ଜିଲ୍ଲା ରହିଛି ଯେଉଁଠାରେ 14 ଦିନ ହେବ କରୋନା ସମ୍ପର୍କିତ କୌଣସି ନୂତନ ମାମଲା ସାମ୍ନାକୁ ଆସିନାହିଁ ।

ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସେହି ଜିଲ୍ଲାଗୁଡିକ ହେଉଛି :-

1. ମହାରାଷ୍ଟ୍ରର ଗୋନ୍ଦିଆ

2.ଛତିଶଗଡର ରାଜନାଦଗାଓଁ, ଦୁର୍ଗ ଓ ବିଲାସପୁର

3.କର୍ଣ୍ଣାଟକର ଦାବନଗିରି, କୋଡାଗୁ, ତୁମକୁର ଓ ଉଡୁପି

4.ଗୋଆର ଦକ୍ଷିଣ ଗୋଆ

5.କେରଳର ଓ୍ବାୟନଡ ଓ କୋଟ୍ଟାୟମ୍‌

6.ମଣିପୁରର ପଶ୍ଚିମ ଇମ୍ପାଲ୍‌

7.ଜମ୍ମୁକାଶ୍ମୀରର ରୋଜୌରୀ

8.ମିଜୋରାମର ଆଇଜୋଲ୍‌ ପଶ୍ଚିମ

9.ପୁଡୁଚେରୀର ମୋହେ

10.ପଞ୍ଜାବର ଏସ୍‌ବିଏସ୍‌ନଗର

11.ବିହାରର ପାଟନା, ନାଲନ୍ଦା, ମୁଙ୍ଗେର୍‌

12.ରାଜସ୍ଥାନର ପ୍ରତାପଗଡ

13.ହରିୟାଣାର ପାନିପତ୍‌, ରୋହତକ୍‌ ଓ ସିର୍‌ସା

14.ଉତ୍ତରାଖଣ୍ଡର ପୌଢରୀ ଗଢଓ୍ବାଲ

15.ତେଲେଙ୍ଗାନାର ଭଦ୍ରଦାରୀ କୋଟଗୁଦେମ ।

ଏହି ସମସ୍ତ ଜିଲ୍ଲାରେ 14 ଦିନ ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରେ ସ୍ଥାନୀୟ ପ୍ରଶାସନ ଏଠାରେ ଲକ୍‌ଡାଉନକୁ ବେଶ୍‌ କଡାକଡି କରିଥିଲେ । ଏହା ସହିତ ସ୍ଥାନୀୟ ଲୋକେ ମଧ୍ୟ ବହୁ ସହଯୋଗ କରିଥିଲେ । ଲକ୍ ଡାଉନ୍‌ର ସଫଳତା ପୂର୍ବକ ଦୁଇ ସପ୍ତାହ ପରେ ଏଠାରେ କରୋନା ସମ୍ପର୍କିତ କୌଣସି ନୂତନ ମାମଲା ଆସିନାହିଁ । (ଏଜେନ୍ସି)

Related posts