
ଯାଜପୁର: ଆଜି ଚିହ୍ନଟ ହୋଇଥିବା ନୂତନ କରୋନା ଆକ୍ରାନ୍ତ ଜଣକ ଯାଜପୁରର ବୋଲି ସୂଚନା ମିଳିଛି। ଏହାସହ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ରାଜ୍ୟର ୫୬ ନମ୍ବର କରୋନା ଆକ୍ରାନ୍ତ ଜଣକ ନିକଟରେ କଲିକତାରୁ ଫେରିଥିଲେ ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି। କ୍ବାରେଣ୍ଟିନ୍ରେ ରହିଥିବା ବେଳେ ସାମ୍ପଲ୍ ପଜିଟିଭ୍ ଆସିବାରୁ ତାଙ୍କୁ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଇଛି। ସାନତ୍ରିଲୋଚନପୁର ଓ ସହିପୁର-୩ ଗାଁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରାଯାଇଛି। ୨ଟି ଗ୍ରାମକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଥିବା ବେଳେ ବ୍ୟକ୍ତିଙ୍କ ଯାତ୍ରା ଇତିହାସ ଏବଂ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।