74 ଲକ୍ଷ ବ୍ୟାଙ୍କ ଆକାଉଣ୍ଟକୁ 15 ଶହ ଟଙ୍କା ପ୍ରଦାନ କଲେ ତେଲେଙ୍ଗାନା ସରକାର

Published: Apr 14, 2020, 3:44 pm IST

ହାଇଦ୍ରାବାଦ : ତେଲେଙ୍ଗାନା ସରକାରଙ୍କ ପକ୍ଷରୁ 74 ଲକ୍ଷ ବ୍ୟାଙ୍କ ଆକାଉଣ୍ଟକୁ 15 ଶହ ଟଙ୍କା ପ୍ରଦାନ କରାଯାଇଛି । ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବିଭିନ୍ନ ପରିବାରକୁ ଏହି ଅର୍ଥ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ 1112 କୋଟି ଟଙ୍କା ମଞ୍ଜୁର କରାଯାଇଛି । କରୋନା ମୁକାବିଲା ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏହି ଅର୍ଥରାଶି ପ୍ରଦାନ କରାଯାଇଥିବା ନେଇ କ୍ୟାବିନେଟ ମନ୍ତ୍ରୀ କେଟି ରାମାରାଓ ପ୍ରକାଶ କରିଛନ୍ତି । ଏହା ସହିତ ରାସନ କାର୍ଡଧାରୀ ପ୍ରତ୍ୟେକ ପରିବାରକୁ 12 କିଗ୍ରା ଚାଉଳ ପ୍ରଦାନ କରିବା ପାଇଁ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର 76 ଲକ୍ଷ ରାସନ କାର୍ଡଧାରୀଙ୍କ ମଧ୍ୟରୁ ପ୍ରାୟ 87 ପ୍ରତିଶତ ଲୋକଙ୍କୁ ଚାଉଳ ଦିଆସରିଛି । ଚାଉଳ ବଣ୍ଟନ ପାଇଁ 25 ଶହ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ 3ଲକ୍ଷ ଟନ୍‌ ଚାଉଳ ବଣ୍ଟା ଯାଇଥିବା ନେଇ କେଟିଆର୍‌ ଟ୍ବିଟ୍‌ କରିଛନ୍ତି ।

Related posts