ପ୍ରତିଦ୍ବନ୍ଦ୍ବିତା ପାଇଁ ବନ୍ଧୁକୁ ପିଟି ପିଟି ହତ୍ୟା କଲା ବନ୍ଧୁ

Published: Apr 14, 2020, 8:51 pm IST

ନୂଆଦିଲ୍ଲୀ : ଲକ୍ ଡାଉନ୍‌ ମଧ୍ୟରେ ଦିଲ୍ଲୀର ଶାହଦରା ଜିଲ୍ଲାର ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । ଏହି ହତ୍ୟା ପୁଣି କରିଛି ମୃତ ଯୁବକର ବନ୍ଧୁ । ପାରସ୍ପରିକ ପ୍ରତିଦ୍ବନ୍ଦ୍ବିତା ପାଇଁ  ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଜଣାପଡିଛି । ପୋଲିସ୍‌ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ ଶାହଦରାର ବିବେକ ବିହାର ଏହି ଘଟଣାଟି ଘଟିଛି । ମୃତକଙ୍କ ନାମ ସୁରଜିତ୍‌ ବୋଲି ଜଣାପଡିଛି । ମୃତକ ସୁରଜିତ୍‌ ଗୁଣ୍ଡା ରୂପେ ପରିଚିତ । ସେ ତାଙ୍କ ସାଙ୍ଗ ସୁରଜିତଙ୍କ ସହ ଗ୍ୟାଙ୍ଗ୍‌ରେ ସାମିଲ୍‌ ରହିଛନ୍ତି । କିଛି ଦିନ ପୂର୍ବରୁ ଦୁହିଁ ବନ୍ଧୁ ଅଲଗା ଅଲଗା ଗ୍ୟାଙ୍ଗ୍‌ କରି ଅବୈଧ ଚାନ୍ଦା ମାଗିବାର ଧନ୍ଦା ଆରମ୍ଭ କରିଥିଲେ । ଏହାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଥିଲା ।

ସୋମବାର ଦିନ ରାତ୍ରିରେ ବାହାନା କରି ବନ୍ଧୁ ନାଜିସ୍‌ ସୁରଜିତ୍‌ଙ୍କ ସହ ସାକ୍ଷାତ କରିଥିଲେ । ସୁରଜିତ୍‌କୁ ବିବେକ ବିହାରର ରେଲଓ୍ବେ ଷ୍ଟେସନ୍‌ ନିକଟରେ ଥିବା ଶୂନଶାନ୍‌ ଜାଗାକୁ ନେଇଥିଲେ । ଅନ୍ଧାରରେ ସୁରଜିତ୍‌ ପହଞ୍ଚିବା କ୍ଷଣି ସାଥୀମାନଙ୍କ ସହ ସୁରଜିତ୍‌ଙ୍କ ଉପରେ ଆକ୍ରମଣ କରିଥିଲେ । ଲାଠି ଓ ଠେଙ୍ଗାରେ ସୁରଜିତ୍‌କୁ ପିଟି ପିଟି ମାରି ଦେଇଛି ତା’ ବନ୍ଧୁ । ଘଟଣାସ୍ଥଳରେ ହିଁ ସୁରଜିତ୍‌ର ମୃତ୍ୟୁ ହୋଇଛି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛି । (ଏଜେନ୍ସି)

Related posts