Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀରେ 200 ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଆରମ୍ଭ
ଆଜିର ଖବର

ପୁରୀରେ 200 ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଆରମ୍ଭ

April 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରେ କରୋନା ସଙ୍କ୍ରମଣ ସମ୍ପର୍କରେ ଅପଡେଟ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇ ବାଗ୍‌ଚୀ କୋଭିଡ୍‌-19ର ଅପ୍‌ଡେଟ୍‌ ପ୍ରଦାନ କରିଛନ୍ତି । ରାଜ୍ୟରେ ସମୁଦାୟ 7577 ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିବା ବେଳେ 60 ଜଣ ପଜିଟିଭ୍‌ ରହିଛନ୍ତି । 19 ଜଣ ବ୍ୟକ୍ତି ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶା ମାଇନିଂ କର୍ପୋରେସନ୍‌ ସହାୟତା ପୁରୀରେ ଏକ 200 ଶଯ୍ୟା ବିଶିଷ୍ଟ କୋଭିଡ୍‌-19 ହସ୍ପିଟାଲର କାର୍ଯ୍ୟ ଆରମ୍ଭଗ ହୋଇଥିବା ନେଇ ବାଗ୍‌ଚୀ ସୂଚନା ପ୍ରଦାନ କରିଥିଲେ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଭୁବନେଶ୍ବରରେ 5 ହଜାର ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡିଛି । ନୁମନା ସଂଗ୍ରହ କାର୍ଯ୍ୟରେ ଯଦି କେହି ଅସହୋଯୋଗ କରନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି କୃଷି ହେଲ୍ପଲାଇନ୍‌ ନମ୍ବର 18001025166 ମଧ୍ୟ ଜାରି କରାଯାଇଛି । ଏହି ଦେୟମୁକ୍ତ ନମ୍ବର ସୋମବାରରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟ କରିବ । ସେହିପରି 77500 ପ୍ରବାସୀ ଶ୍ରମିକଙ୍କ ପାଇଁ 2583ଟି ଶିବିର ଜରିଆରେ ଖାଇବା ଏବଂ ରହିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ 5411ଟି ପଞ୍ଚାୟତରେ 3,36101ଜଣଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ 113ଟି ପୌରାଞ୍ଚଳରେ 36418 ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 122ଟି ଆଇନ୍‌ ଉଲ୍ଲଂଘନ ମାମଲା ରୁଜୁ କରାଯାଇ 252 ଜଣଙ୍କୁ ଗିରଫ କରାଯାଇଛି । ତନ୍ମଧ୍ୟରୁ 117ଟି ଲକ୍‌ଡାଉନ୍‌ ଉଲ୍ଲଂଘନ ମାମଲା ରହିଥିବା ବେଳେ ଗୋଟିଏ ମାମଲା ଗୁଜବ ସୃଷ୍ଟି ଏବଂ 4ଟି ଅନ୍ୟ ମାମଲା ରହିଛି ।

covid19 subratbagchi
Share. Facebook Twitter LinkedIn Email WhatsApp Copy Link

Related Posts

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ, ସେପଟେ ଦିଲ୍ଲୀପ ରାୟ କଲେ ଘୋଷଣା

March 3, 2026
Latest News

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.