କୋଟାରୁ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ 100ଟି ବସ୍‌ ପଠାଇଲେ ଆଦିତ୍ୟନାଥ

Published: Apr 17, 2020, 7:39 pm IST

ଲକ୍ଷ୍ନୌ : ରାଜସ୍ଥାନର କୋଟାରେ ଅଟକି ରହିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କୋଟାରେ ଅଟକି ରହିଥିବା 8 ହଜାର ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ 100ଟି ବସ୍‌ ପଠାଯାଇଛି । ସମସ୍ତ ବସକୁ ସାନିଟାଇଜ୍‌ କରାଯିବା ପରେ କୋଟା ନିମନ୍ତେ ପଠାଯାଇଛି । ୟୁପି ରୋଡଓ୍ବେଜ୍‌ର ଏହି ବସ୍‌ ଗୁଡିକ ରାଜସ୍ଥାନ ଯାଇ ପର୍ଯ୍ୟାୟ କ୍ରମେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ବସ୍‌ରେ ଦୁଇ ଜଣ ଲେଖାଏଁ ପୋଲିସ୍‌ କର୍ମଚାରୀ ଉପସ୍ଥିତ ରହିବେ । ବସ୍‌ ଯାତ୍ରା ନେଇ ଜଲାଉଁ ଏବଂ ଝାନ୍ସୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଗ୍ରାରୁ କୋଟା ନିମନ୍ତେ ବସ୍‌ ଗୁଡିକ ଯାତ୍ରା ଆରମ୍ଭ କରିଛି । (ଏଜେନ୍ସି)

Related posts