ଖାଇବାକୁ ନ ପାଇ ଅରୁଣାଚଳ ପ୍ରଦେଶରୁ ଚାଲି ଚାଲି ଆସାମରେ ପହଞ୍ଚିଲେ ପ୍ରବାସୀ ଶ୍ରମିକ

Published: Apr 17, 2020, 11:14 pm IST

ଅରୁଣାଚଳପ୍ରଦେଶ : କରୋନା ଭାଇରସ୍‌ ସହ ଲଢିବା ପାଇଁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ଯୋଗୁଁ ଦେଶର ଶ୍ରମିକମାନେ ବହୁତ ଅସୁବିଧାର ସାମ୍ନା କରୁଛନ୍ତି। ଲକ୍ ଡାଉନ୍‌ ପାଇଁ ବହୁ ଶ୍ରମିକମାନେ ନିଜ ପେଟ ଖଣ୍ଡକ ପାଇଁ ବହୁ ଦୂର ଯାତ୍ରା କରୁଛନ୍ତି । ଏପରି ଏକ ଘଟଣା ଅରୁଣାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି। ଜଣେ ପ୍ରବାସୀ ଶ୍ରମିକ ତା’ ପରିବାର ସହ ଖାଇବାକୁ ନ ପାଇ ଛ’ ଘଣ୍ଟାର ଚାଲି ଚାଲି ଆସାମ ବର୍ଡର ପାଖରେ ପହଞ୍ଚିଛନ୍ତି ।

38 ବର୍ଷୀୟ ସଲମାନ୍‌ ଦାରଜୀ ନିଜ ଦୁଇ ଛୋଟ ଛୁଆ ଓ ସ୍ତ୍ରୀକୁ ନେଇ ସକାଳୁ ଇଟାନଗରରୁ ବାହାରିଥିଲେ। 5ରୁ 6 ଘଣ୍ଟା ଚାଲିବା ପରେ ଆସାମ ବର୍ଡରରେ ପହଞ୍ଚିଥିଲେ ସେ । ସଲମାନ ଅରୁଣାଚଳ ପ୍ରଦେଶରେ କାମ କରୁଥିଲେ । କିନ୍ତୁ ଲକ୍‌ଡାଉନ୍‌ ପରେ ତାଙ୍କ ପାଖରେ କାମ ରହିଲା ନାହିଁ । ପରିବାରର ପେଟ ପୋଷିବା ପାଇଁ ତାଙ୍କର ପାଖରେ ଅର୍ଥ ନଥିଲା । ଯେଉଁ ଘରେ ରହୁଥିଲେ ସେହି ଘର ମାଲିକ ତାଙ୍କୁ ଘର ଭଡା ମାଗୁଥିଲା । ଏମିତି ବହୁ ସମସ୍ୟାରେ ଛନ୍ଦି ହୋଇ ସେ ନିଜ ଭିଟାମାଟି ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସରକାରଙ୍କୁ ତରଫରୁ ତାଙ୍କୁ କିଛି ସାହାଯ୍ୟ ମିଳିନଥିବାର କହିଛନ୍ତି ସଲମାନ୍‌ । ଏପରି ସମୟରେ ସେ ନିଜ ଗ୍ରାମକୁ ଯିବାକୁ ଉଚିତ୍‌ ଭାବି ଯାତ୍ରା ଆରମ୍ଭ କରିଛନ୍ତି ।

ଲକ୍ ଡାଉନ୍‌ ପାଇଁ ଗାଡି ଚାଲୁ ନଥିବାରୁ ସେ ପାଦରେ ଚାଲି ଚାଲି ନିଜ ଗ୍ରାମ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ପୋଲିସ୍‌ରୁ ବଞ୍ଚିବା ପାଇଁ ସେ ଜଙ୍ଗଲୀ ରାସ୍ତାକୁ ବାଛିଥିଲେ ।

ଗୋଟିଏ ପଟରେ ଶ୍ରମିକ ମାନେ ଖାଦ୍ୟ ଓ କାମ ନ ପାଇଁ ରାଜ୍ୟ ଛାଡୁଥିବାବେଳେ ଅପରପକ୍ଷରେ ରାଜ୍ୟ ସରକାରଙ୍କ ଯିଏ ଯେଉଁଠି ଅଛ ସେଇଠି ରହିବାକୁ ଅନୁରୋଧ କରୁଛନ୍ତି । ଇଟାନଗରର ଅତିରିକ୍ତ ଆୟୁକ୍ତ କହିଛନ୍ତି ଯେ, ଆମେ ପ୍ରବାସୀ ଶ୍ରମିକଙ୍କ ପାଇଁ କ୍ୟାମ୍ପ୍‌ କରିବା ପାଇଁ ନିର୍ଦ୍ଦେଶ ରହିଛି । ଯେଉଁମାନଙ୍କର ଖାଦ୍ୟ ନାହିଁ, ସେମାନେ ଆସି ଏଠାରେ ରହିପାରିବେ । କିନ୍ତୁ ପ୍ରଶାସନ ତରଫରୁ କୌଣସି ସୁବିଧା କରିବା ପୂର୍ବରୁ ସଲମାନ ସହର ଛାଡି ନିଜ ଗ୍ରାମ ଅଭିମୁଖେ ଯାତ୍ରା କରିବାକୁ ଉଚିତ୍‌ ମଣିଛନ୍ତି ।

Related posts