Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖାଇବାକୁ ନ ପାଇ ଅରୁଣାଚଳ ପ୍ରଦେଶରୁ ଚାଲି ଚାଲି ଆସାମରେ ପହଞ୍ଚିଲେ ପ୍ରବାସୀ ଶ୍ରମିକ
ଆଜିର ଖବର

ଖାଇବାକୁ ନ ପାଇ ଅରୁଣାଚଳ ପ୍ରଦେଶରୁ ଚାଲି ଚାଲି ଆସାମରେ ପହଞ୍ଚିଲେ ପ୍ରବାସୀ ଶ୍ରମିକ

April 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଅରୁଣାଚଳପ୍ରଦେଶ : କରୋନା ଭାଇରସ୍‌ ସହ ଲଢିବା ପାଇଁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ଯୋଗୁଁ ଦେଶର ଶ୍ରମିକମାନେ ବହୁତ ଅସୁବିଧାର ସାମ୍ନା କରୁଛନ୍ତି। ଲକ୍ ଡାଉନ୍‌ ପାଇଁ ବହୁ ଶ୍ରମିକମାନେ ନିଜ ପେଟ ଖଣ୍ଡକ ପାଇଁ ବହୁ ଦୂର ଯାତ୍ରା କରୁଛନ୍ତି । ଏପରି ଏକ ଘଟଣା ଅରୁଣାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି। ଜଣେ ପ୍ରବାସୀ ଶ୍ରମିକ ତା’ ପରିବାର ସହ ଖାଇବାକୁ ନ ପାଇ ଛ’ ଘଣ୍ଟାର ଚାଲି ଚାଲି ଆସାମ ବର୍ଡର ପାଖରେ ପହଞ୍ଚିଛନ୍ତି ।

38 ବର୍ଷୀୟ ସଲମାନ୍‌ ଦାରଜୀ ନିଜ ଦୁଇ ଛୋଟ ଛୁଆ ଓ ସ୍ତ୍ରୀକୁ ନେଇ ସକାଳୁ ଇଟାନଗରରୁ ବାହାରିଥିଲେ। 5ରୁ 6 ଘଣ୍ଟା ଚାଲିବା ପରେ ଆସାମ ବର୍ଡରରେ ପହଞ୍ଚିଥିଲେ ସେ । ସଲମାନ ଅରୁଣାଚଳ ପ୍ରଦେଶରେ କାମ କରୁଥିଲେ । କିନ୍ତୁ ଲକ୍‌ଡାଉନ୍‌ ପରେ ତାଙ୍କ ପାଖରେ କାମ ରହିଲା ନାହିଁ । ପରିବାରର ପେଟ ପୋଷିବା ପାଇଁ ତାଙ୍କର ପାଖରେ ଅର୍ଥ ନଥିଲା । ଯେଉଁ ଘରେ ରହୁଥିଲେ ସେହି ଘର ମାଲିକ ତାଙ୍କୁ ଘର ଭଡା ମାଗୁଥିଲା । ଏମିତି ବହୁ ସମସ୍ୟାରେ ଛନ୍ଦି ହୋଇ ସେ ନିଜ ଭିଟାମାଟି ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସରକାରଙ୍କୁ ତରଫରୁ ତାଙ୍କୁ କିଛି ସାହାଯ୍ୟ ମିଳିନଥିବାର କହିଛନ୍ତି ସଲମାନ୍‌ । ଏପରି ସମୟରେ ସେ ନିଜ ଗ୍ରାମକୁ ଯିବାକୁ ଉଚିତ୍‌ ଭାବି ଯାତ୍ରା ଆରମ୍ଭ କରିଛନ୍ତି ।

ଲକ୍ ଡାଉନ୍‌ ପାଇଁ ଗାଡି ଚାଲୁ ନଥିବାରୁ ସେ ପାଦରେ ଚାଲି ଚାଲି ନିଜ ଗ୍ରାମ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ପୋଲିସ୍‌ରୁ ବଞ୍ଚିବା ପାଇଁ ସେ ଜଙ୍ଗଲୀ ରାସ୍ତାକୁ ବାଛିଥିଲେ ।

ଗୋଟିଏ ପଟରେ ଶ୍ରମିକ ମାନେ ଖାଦ୍ୟ ଓ କାମ ନ ପାଇଁ ରାଜ୍ୟ ଛାଡୁଥିବାବେଳେ ଅପରପକ୍ଷରେ ରାଜ୍ୟ ସରକାରଙ୍କ ଯିଏ ଯେଉଁଠି ଅଛ ସେଇଠି ରହିବାକୁ ଅନୁରୋଧ କରୁଛନ୍ତି । ଇଟାନଗରର ଅତିରିକ୍ତ ଆୟୁକ୍ତ କହିଛନ୍ତି ଯେ, ଆମେ ପ୍ରବାସୀ ଶ୍ରମିକଙ୍କ ପାଇଁ କ୍ୟାମ୍ପ୍‌ କରିବା ପାଇଁ ନିର୍ଦ୍ଦେଶ ରହିଛି । ଯେଉଁମାନଙ୍କର ଖାଦ୍ୟ ନାହିଁ, ସେମାନେ ଆସି ଏଠାରେ ରହିପାରିବେ । କିନ୍ତୁ ପ୍ରଶାସନ ତରଫରୁ କୌଣସି ସୁବିଧା କରିବା ପୂର୍ବରୁ ସଲମାନ ସହର ଛାଡି ନିଜ ଗ୍ରାମ ଅଭିମୁଖେ ଯାତ୍ରା କରିବାକୁ ଉଚିତ୍‌ ମଣିଛନ୍ତି ।

migrantlabour
Share. Facebook Twitter LinkedIn Email WhatsApp Copy Link

Related Posts

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026
Latest News

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.