
ଭୁବନେଶ୍ବର : ଆଜି ରାଜ୍ୟରେ ଜଣେ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ ବାଲେଶ୍ବର ଜିଲ୍ଲାର ବୋଲି ସୂଚନା ମିଳିଛି । ତେବେ ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କରାଯାଇନାହିଁ । ବାଲେଶ୍ବର ଜିଲ୍ଲାର ଏହି ପ୍ରଥମ କରୋନା ଆକ୍ରାନ୍ତ ଜଣକ 58 ବର୍ଷ ବୟସର ପୁରୁଷ ବୋଲି ଜଣାପଡିଛି । ତେବେ ଏହି ବ୍ୟକ୍ତିଙ୍କ ଯାତ୍ରା ଇତିହାସ ଏବଂ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ, ନୂତନ ଆକ୍ରାନ୍ତକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା 61 ପହଞ୍ଚିଛି । 61 ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଦେହାନ୍ତ ଘଟିଛି ।