
ପୁନେ : କ୍ବାରେଣ୍ଟାଇନ୍ ହୋମରୁ ପଳାୟନ କରିଛନ୍ତି ଜଣେ ଯୁବକ । ତେବେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କ୍ବାରାଣ୍ଟାଇନ୍ ହୋମ୍ରେ ମଦ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ନମିଳିବାରୁ ଯୁବକ ଯୁବକ ଜଣକ ସେଣ୍ଟର ଛାଡି ପଳାୟନ କରିବାକୁ ଚେଷ୍ଟା କରିଥିଲେ । ଯୁବକ ଜଣକ ପଳାଉଥିବା ବେଳେ ପୋଲିସ୍ ଅଟକାଇବାକୁ ଚେଷ୍ଟା କରିଥିଲା । ପୋଲିସ୍ ଅଟକାଇବା ସମୟରେ ଯୁବକ ଜଣକ ପୋଲିସ୍କୁ ଆକ୍ରମଣ କରିବା ସହିତ ଛେପ ପକାଇଥିଲା । ଏହି ଘଟଣା ପରେ ପୋଲିସ୍ ଉକ୍ତ ଯୁବକକୁ ମାଡ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ତେବେ ପୋଲିସ୍କୁ ଆକ୍ରମଣ ନେଇ କୌଣସି ମାମଲା ରୁଜୁ କରାଯାଇ ନାହିଁ । କେବଳ ଲକ୍ଡାଉନ୍ ଉଲ୍ଲଂଘନ ପାଇଁ ମାମଲା ରୁଜୁ କରାଯାଇଥିବା ନେଇ ଇନ୍ସପେକ୍ଟର ପ୍ରତିଭା ଯୋଶୀ ପ୍ରକାଶ କରିଛନ୍ତି । (ଏଜେନ୍ସି)