Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୁକାବିଲାରେ ମୋଦିଙ୍କ ଅଦମ୍ୟ ନେତୃତ୍ବକୁ ପ୍ରଶଂସା କରି ପତ୍ର ଲେଖିଲେ ବିଲ୍‌ ଗେଟସ୍‌
ଆଜିର ଖବର

କରୋନା ମୁକାବିଲାରେ ମୋଦିଙ୍କ ଅଦମ୍ୟ ନେତୃତ୍ବକୁ ପ୍ରଶଂସା କରି ପତ୍ର ଲେଖିଲେ ବିଲ୍‌ ଗେଟସ୍‌

April 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନାକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି । ଭିନ୍ନ ଭିନ୍ନ ଉପାୟ ଜରିଆରେ ଏହି ମହାମାରୀକୁ ରୋକିବାକୁ ଚେଷ୍ଟା କରାଯାଉଛି । ଭାରତ ମଧ୍ୟ ଏହି ମହାମାରୀର ପ୍ରସାର ରୋକିବା ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି । ଏହି କ୍ରମରେ ଏପ୍ରିଲ୍‌ 24 ରେ ଦେଶରେ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରୋନା ମୁକାବିଲାକୁ ନେଇ କରୁଥିବା ଭିନ୍ନ ଭିନ୍ନ ପ୍ରୟାସକୁ ପ୍ରଶଂସା କରାଯାଉଛି । ମାଇକ୍ରୋସ୍ପଟ କମ୍ପାନୀର ସଂସ୍ଥାପକ ବିଲ୍‌ ଗେଟସ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ପତ୍ର ଲେଖି କରୋନା ଲଢେଇ ପାଇଁ ଭାରତର ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି ।

ଏହି ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କରୋନା ମହାମାରୀକୁ ନେଇ ସରକାର ଉଠାଇଥିବା ପଦକ୍ଷେପକୁ ଠିକ୍‌ ବୋଳି କହିଛନ୍ତି । ଏହି ପତ୍ରରେ ବିଲ୍‌ ଗେଟସ୍‌ କହିଛନ୍ତି, ’କରୋନା ମହାମାରୀ ସଂକ୍ରମଣକୁ ରୋକିବା ଦିଗରେ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହିତ କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ମୋଦିଙ୍କ ସରକାରଙ୍କ ସକ୍ରିୟ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ବିଲ ଗେଟ୍ସ ଚିଠିରେ ଲେଖିଛନ୍ତି ଯେ ଭାରତରେ ହଟସ୍ପଟ୍ ଚିହ୍ନିତ କରିବା ଏବଂ ଲୋକଙ୍କୁ ଆଇସୋଲେସନ୍‌ ରଖିବା ପାଇଁ ଗ୍ରହଣ କରାଯାଉଥିବା ପଦ୍ଧତିକୁ ପ୍ରଶଂସା ଯୋଗ୍ୟ କରିଛନ୍ତି। ଏହା ବ୍ୟତୀତ ଏହି ମହାମାରୀର ମୁକାବିଲା ପାଇଁ ଭାରତରେ ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯାଇଛି, ଯାହା ପ୍ରଶଂସନୀୟ ବୋଲି କହିଛନ୍ତି ବିଲ୍‌ ଗେଟସ୍‌ ।

ସେ ଲେଖିଛନ୍ତି ଯେ ଏହି ମହାମାରୀ ସମ୍ବନ୍ଧରେ ଭାରତ ସରକାର ଗବେଷଣା ଏବଂ ବିକାଶ ତଥା ଡିଜିଟାଲ ନବୀକରଣ ଉପରେ ଧ୍ୟାନ ଦେଇଛନ୍ତି। ସେହିପରି ଭାରତ  ସରକାରଙ୍କ ଦ୍ବାରା ପ୍ରସ୍ତୁତ ଆରୋଗ୍ୟ ସେତୁ ଆପ୍‌କୁ ପ୍ରଶଂସା କରିଛନ୍ତି ବିଲ୍‌ ଗେଟସ୍‌ । ଆରୋଗ୍ୟ ସେତୁ ଆପ୍‌ ଜରିଆରେ ଭାରତସରକାର କରୋନା ମହାମାରୀ ବିରୁଦ୍ଧରେ ଡିଜିଟାଲ୍‌ ସାମର୍ଥ୍ୟର ସମ୍ପୂର୍ଣ୍ଣ ଉପଯୋଗ କରୁଛନ୍ତି । ଏହି ଆପ୍‌ ଜରିଆରେ କରୋନା ଭାଇରସ୍‌ ଟ୍ରାକିଂ, ଯୋଗାଯୋଗ ଚିହ୍ନଟ କରିବା ସହିତ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ସହ ସଂଯୋଗୀକରଣର କାମ କରୁଛି । (ଏଜେନ୍ସି)

Modi
Share. Facebook Twitter LinkedIn Email WhatsApp Copy Link

Related Posts

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026

ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ

July 17, 2026
Latest News

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026

ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ

July 17, 2026

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.