ରାଜ୍ୟରେ ଆଉ ପାଞ୍ଚ କରୋନା ପଜିଟିଭ୍‌ ଚିହ୍ନଟ

Published: May 2, 2020, 7:12 am IST

ଭୁବନେଶ୍ୱର: ରାଜ୍ୟରେ ଆଉ ପାଞ୍ଚ କରୋନା ପଜିଟିଭ ଚିହ୍ନଟ।  ଏହି ସମସ୍ତ ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ ହୋଇଥିବାର ସୂଚନା ଓ ଲୋକ ସଂପର୍କ ସୂଚନା ଦେଇଛି। ଏହି ସମସ୍ତ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍‌ ରହିଛି । ଆକ୍ରାନ୍ତଙ୍କର ଲକ୍ଷଣ ନଥିଲା, ସେମାନେ କ୍ବାରେଣ୍ଟିନ୍‌ରେ ଥିଲେ । ଏହି ପାଞ୍ଚ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ପୁରୁଷ ଓ ଦୁଇ ଜଣ ମହିଳା ରହିଥିବା ସୂଚନା ରହିଛି ।  ତିନି ପୁରୁଷଙ୍କ ବୟସ ଯଥାକ୍ରମେ 28, 56, ଓ 63 ବର୍ଷ। ସେହିପରି ଦୁଇ ମହିଳାଙ୍କ ବୟସ 24 ଓ 60 ବର୍ଷ । ଏହି ଦୁହେଁ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ରହିଛି ।

ଏବେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 45କୁ ବୃଦ୍ଧି ହୋଇଛି । ଏବେ ଯାଜପୁରରେ ଆକ୍ଟିଭ୍‌ କେସ୍‌ 44 ଥିବାବେଳେ ପୂର୍ବରୁ ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 154କୁ ବୃଦ୍ଧି ହୋଇଛି ।  ସେହିପରି ରାଜ୍ୟରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 98 ରହିଥିବାବେଳେ 55 ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ମୃତ୍ୟୁବରଣ କରିଛନ୍ତି ।

Related posts