Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରେନ୍‌ ନ ଅଟକିବାରୁ ରାଉରକେଲାଠାରେ ଚଳନ୍ତା ଟ୍ରେନରୁ ଡେଇଁଲେ ବ୍ୟକ୍ତି
ଆଜିର ଖବର

ଟ୍ରେନ୍‌ ନ ଅଟକିବାରୁ ରାଉରକେଲାଠାରେ ଚଳନ୍ତା ଟ୍ରେନରୁ ଡେଇଁଲେ ବ୍ୟକ୍ତି

May 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ସେହିପରି ଲକ୍‌ ଡାଉନ୍‌ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିରହିଥିବା ଶ୍ରମିକମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚଲାଯାଉଛି । ଟ୍ରେନ୍‌ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ଅଣାଯାଉଛି । ଏହା ମଧ୍ୟରେ ଏକ ଅଘଟଣ ହୋଇଥିବାର ସୂଚନା ରହିଛି । କୋଟାରୁ ହଟିଆ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ସ୍ବତନ୍ତ୍ର ଟ୍ରେନ୍‌ରୁ ଜଣେ ବ୍ୟକ୍ତି ଡେଇଁପଡିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଲକ୍‌ ଡାଉନ୍‌ରେ ଫସିଥିବା ଶ୍ରମିକ, ଛାତ୍ର ଆଦିଙ୍କୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଯାଉଛି । କୋଟାରୁ ହଟିଆ ଯାଉଥିବା ଏକ ସ୍ବତନ୍ତ୍ର ଟ୍ରେନ୍‌ରୁ  ଓଡ଼ିଶାର ରାଉରକେଲା ଷ୍ଟେସନ ନିକଟରେ ଜଣେ ବ୍ୟକ୍ତି ଡେଇଁ ପଡିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଟ୍ରେନ୍‌ରୁ ଡେଇଁ ପଡିଥିବା ବ୍ୟକ୍ତି ଜଣକ ଭୁଲ୍‌ ପ୍ରକ୍ରିୟାରେ ପଞ୍ଜିକରଣ କରି ଟ୍ରେନ୍‌ରେ ଚଢିଥିଲେ । ଟ୍ରେନଟି ଯେତେବେଳେ ରାଉରକେଲା ନିକଟରେ ଅଟକିଲା ନାହିଁ ସେତେବେଳେ ସେ କିଂକର୍ତ୍ତବ୍ୟମୂଢ ହୋଇ ଟ୍ରେନରୁ ତଳକୁ ଡେଇଁ ପଡିଥିଲେ ।

ଲକ୍ ଡାଉନରେ ଫସିଥିବା ଲୋକଙ୍କ ପାଇଁ 6ଟି ରୁଟ୍‌ରେ ସ୍ପତନ୍ତ୍ର ଟ୍ରେନ୍‌ ଚାଲୁ କରାଯାଇଛି । ଏହି ଟ୍ରେନ୍‌ରେ କେବଳ ରାଜ୍ୟ ସରକାରଙ୍କ ଅଧୀନରେ ପଞ୍ଜିକରଣ କରିଥିବା ଶ୍ରମିକଙ୍କୁ ଯାତ୍ରା କରିବାର ଅନୁମତି ମିଳିଛି । କୌଣସି ଅନ୍ୟ ବ୍ୟକ୍ତିମାନେ ଯାତ୍ରା କରିପାରିବେ ନାହିଁ । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏହି ଟ୍ରେନ୍‌ ଚାଲୁ କରାଯାଇଛି ।

ରାଉରକେଲା
Share. Facebook Twitter LinkedIn Email WhatsApp Copy Link

Related Posts

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026
Latest News

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026

ଆଜି ଘରୋଇ ଗ୍ରାଉଣ୍ଡରେ ଆରସିବି ବିରୋଧରେ ଲଢିବ ଗୁଜରାଟ: ଜାଣନ୍ତୁ ହେଡ୍-ଟୁ-ହେଡ୍ ରେକର୍ଡ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.