ବିଦେଶରେ ଥିବା ଓଡିଆଙ୍କୁ ସିଧା ଭୁବନେଶ୍ୱର ଆଣିବାକୁ ବୈଦେଶିକ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର  ପ୍ରଧାନ

Published: May 4, 2020, 11:57 pm IST
ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ମେ ୦୪ – ବିଦେଶରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି କ୍ରମେ ଅନ୍ୟ ଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ସିଧା ଭୁବନେଶ୍ୱର ଆଣିବାକୁ ସାମାଜିକ ଗଣମାଧ୍ୟମରେ ବୈଦେଶିକ ମନ୍ତ୍ରୀ ଡା. ଏସ୍‌. ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ବିଦେଶରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସଠିକ୍ ସମୟରେ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ମନ୍ତ୍ରୀ ଡା. ଏସ୍‌. ଜୟଶଙ୍କରଙ୍କୁ ଧନ୍ୟବାଦ । ଭାରତ ସରକାରଙ୍କ ଏହି ନିଷ୍ପତି ସ୍ୱାଗତଯୋଗ୍ୟ ।

ଗତକାଲି ସେ ଉପସାଗରୀୟ ଦେଶ ଗୁଡିକରେ ରହୁଥିବା ଓଡିଆ ସମୁଦାୟଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ସେମାନଙ୍କ ଅନୁରୋଧକ୍ରମେ ବିଦେଶରେ ରହୁଥିବା ଓଡିଆଙ୍କୁ ଫେରାଇ ଆଣାଯିବା ପାଇଁ ସେ ବିଚାର କରିବେ ବୋଲି କହିଥିଲେ । ଅନୁରୂପ ଭାବେ ଉପରୋକ୍ତ ନିଷ୍ପତି ଅନୁଯାୟୀଉପସାଗରୀୟ ଦେଶ ସହ ଅନ୍ୟ ଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ସିଧା ଓଡିଶା ଆଣିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Related posts