କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା : ଜୁଲାଇ 24ରୁ ଯୁକ୍ତ 3 ଶେଷ ବର୍ଷ ପରୀକ୍ଷା

Published: May 6, 2020, 3:08 pm IST

ଭୁବନେଶ୍ବର : କରୋନା ସମୟରେ ଲକ୍‌ଡାଉନ୍‌ କାରଣରୁ ସମସ୍ତ ପରୀକ୍ଷା ବାତିଲ ହୋଇଥିବା ବେଳେ ଏହାକୁ ନେଇ ରାଜ୍ୟର 11 ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଏହି ଆଲୋଚନା ପରେ ବିଭିନ୍ନ ପରୀକ୍ଷାର ତାରିଖ ପ୍ରକାଶ ପାଇଛି । ଯୁକ୍ତ 3 ତୃତୀୟ ବର୍ଷର ପରୀକ୍ଷା ଜୁଲାଇ 24ରେ ଅନୁଷ୍ଠିତ ହେବ । ପିଜି କମନଆଡ଼ମିଶନ ଟେଷ୍ଟ ସେପ୍ଟମ୍ବରରୁ ଅକ୍ଟୋବର ମଧ୍ୟରେ ହେବ ଏବଂ ଆସନ୍ତା ନଭେମ୍ବରରୁ ସମସ୍ତ ବିଭାଗର ପିଜି କ୍ଲାସ ଆରମ୍ଭ ହେବ । ସେହିପରି 30 ପ୍ରତିଶତ କର୍ମଚାରୀଙ୍କୁ ନେଇ ଆସନ୍ତାକାଲି ଠାରୁ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ କଲେଜ ଗୁଡ଼ିକରେ କାମ ଆରମ୍ଭ ହେବ ବୋଲି ଜଣାପଡିଛି । ସେହିପରି ପ୍ରତି 15 ଦିନରେ ଥରେ କୁଳପତି ମାନଙ୍କ ସହ ଆଲୋଚନା ହେବ ବୋଲି ଭିଡିଓ କନଫରେନ୍ସିଂ ପରେ ପ୍ରକାଶ କରିଛନ୍ତି ଅରୁଣ ସାହୁ ।

Related posts