Categories
ଫଟୋ ଖବର

କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଅରୁଣ ସାହୁଙ୍କ ଓମଫେଡ୍ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

Minister F&ARD, Dr. Arun Kumar Sahoo visited Omfed Corporate Office. Honourable Minister reviewed the progress of Omfed and provided many valuable inputs in implementing new strategies for increasing the marketing & the milk procurement.

Categories
ଆଜିର ଖବର ରାଜ୍ୟ ଖବର

ସମସ୍ତ ୟୁଜି ଏବଂ ପିଜି ପରୀକ୍ଷା ବାତିଲ କଲେ ଓଡିଶା ସରକାର

ଭୁବନେଶ୍ବର : ସାରା ରାଜ୍ୟରେ କରୋନା ମହାମାରୀର ପ୍ରଭାବ ବଢିବାରେ ଲାଗିଛି । ଏହାକୁ ନେଇ ପିଜି ଏବଂ ୟୁଜି ପରୀକ୍ଷା ବାତିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବୈଠକ ପରେ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବୈଠକ ପରେ ପିଜି ଏବଂ ୟୁଜିର ବାକି ରହିଥିବା ଅନ୍ତିମ ସେମିଷ୍ଟାରକୁ ବାତିଲ କରାଯାଇଛି । ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ଅଗଷ୍ଟ ଶେଷ ସୁଦ୍ଧା ବିକଳ୍ପ ମୂଲ୍ୟାୟନ ଜରିଆରେ ପରୀକ୍ଷା ଫଳ ବାହାରିବ ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ପଙ୍ଗପାଳ ମୁକାବିଲା ପାଇଁ ଭୁବନେଶ୍ବର ଏବଂ ପ୍ରତି ଜିଲ୍ଲାରେ ଖୋଲିବ କଣ୍ଟ୍ରୋଲ ରୁମ୍‌ : ଅରୁଣ ସାହୁ

ଭୁବନେଶର : ରାଜ୍ୟ ଆଡକୁ ମାଡି ଆସୁଥିବା ସାମ୍ଭବ୍ୟ ପଙ୍ଗପାଳ ବିପଦର ମୁକାବିଲା ନେଇ ମତ ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟ ସରକାର ପଙ୍ଗପାଳ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପଙ୍ଗପାଳ ଏବେ ମଧ୍ୟପ୍ରଦେଶ-ଛତିଶଗଡ଼ ସୀମାରେ ଅଛନ୍ତି । ରାଜ୍ୟ ସରକାର କେମିକାଲ ସ୍ପ୍ରେ ପାଇଁ ବ୍ୟବସ୍ଥା କରିଛନ୍ତି । ଅଗ୍ନିଶମ ବିଭାଗ ଠାରୁ ବଡ଼ ସ୍ପ୍ରେୟର ମେସିନ୍‌ର ବନ୍ଦୋବସ୍ତ କରାଯାଇଛି । ପ୍ରତି ଜିଲ୍ଲାରେ ଓ ଭୁବନେଶ୍ୱରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ରାଜ୍ୟକୁ 3ଟି ଜୋନରେ ବିଭାଗ କରାଯାଇ ଏଥିପ୍ରତି ଦୃଷ୍ଟି ରଖାଯାଉଥିବା ନେଇ କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସ୍ନାତକ ଏବଂ ସ୍ନାତକୋତ୍ତର ପରୀକ୍ଷା ନେଇ କୁଳପତିଙ୍କ ସହ ଶିକ୍ଷାମନ୍ତ୍ରୀଙ୍କ ଭିଡିଓ କନ୍‌ଫରେନ୍ସିଂ

ଭୁବନେଶ୍ବର : ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନାକୁ ନେଇ ଏକ ଭିଡିଓ କନ୍‌ଫରେନ୍ସିଂ କରିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ସ୍ଥାନୀୟ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତି ମାନେ ଅଂଶଗ୍ରହଣ କରିଥିଲେ । ଦ୍ବିତୀୟ ଏବଂ ଚତୁର୍ଥ ସେମିଷ୍ଟରର ପରୀକ୍ଷା ଅନୁଷ୍ଠିତ ହେବ ନାହିଁ । ବିକଳ୍ପ ବ୍ୟବସ୍ଥା ଦ୍ବାରା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସେମିଷ୍ଟରକୁ ଉତ୍ତୀର୍ଣ୍ଣ କରାଯିବ । ସେହିଭଳି ଯୁକ୍ତ ତିନି ଏବଂ ପିଜି ଛାତ୍ର ଛାତ୍ରୀଙ୍କ ସିଲାବସ୍‌ର 25 ପ୍ରତିଶତ ସେଲ୍ଫ ଷ୍ଟଡି ଦ୍ବାରା କଭର୍‌ କରିବା ପାଇଁ ନିୟମ ପ୍ରଣୟନ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା : ଜୁଲାଇ 24ରୁ ଯୁକ୍ତ 3 ଶେଷ ବର୍ଷ ପରୀକ୍ଷା

ଭୁବନେଶ୍ବର : କରୋନା ସମୟରେ ଲକ୍‌ଡାଉନ୍‌ କାରଣରୁ ସମସ୍ତ ପରୀକ୍ଷା ବାତିଲ ହୋଇଥିବା ବେଳେ ଏହାକୁ ନେଇ ରାଜ୍ୟର 11 ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଏହି ଆଲୋଚନା ପରେ ବିଭିନ୍ନ ପରୀକ୍ଷାର ତାରିଖ ପ୍ରକାଶ ପାଇଛି । ଯୁକ୍ତ 3 ତୃତୀୟ ବର୍ଷର ପରୀକ୍ଷା ଜୁଲାଇ 24ରେ ଅନୁଷ୍ଠିତ ହେବ । ପିଜି କମନଆଡ଼ମିଶନ ଟେଷ୍ଟ ସେପ୍ଟମ୍ବରରୁ ଅକ୍ଟୋବର ମଧ୍ୟରେ ହେବ ଏବଂ ଆସନ୍ତା ନଭେମ୍ବରରୁ ସମସ୍ତ ବିଭାଗର ପିଜି କ୍ଲାସ ଆରମ୍ଭ ହେବ । ସେହିପରି 30 ପ୍ରତିଶତ କର୍ମଚାରୀଙ୍କୁ ନେଇ ଆସନ୍ତାକାଲି ଠାରୁ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ କଲେଜ ଗୁଡ଼ିକରେ କାମ ଆରମ୍ଭ ହେବ ବୋଲି ଜଣାପଡିଛି । ସେହିପରି ପ୍ରତି 15 ଦିନରେ ଥରେ କୁଳପତି ମାନଙ୍କ ସହ ଆଲୋଚନା ହେବ ବୋଲି ଭିଡିଓ କନଫରେନ୍ସିଂ ପରେ ପ୍ରକାଶ କରିଛନ୍ତି ଅରୁଣ ସାହୁ ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଫଳ, ପନିପରିବା ବିକ୍ରି ନିମନ୍ତେ ନୂତନ ୱେବ୍‌ସାଇଟ୍‌ ଲୋକାର୍ପିତ

ଭୁବନେଶ୍ବର : କରୋନା ଭୂତାଣୁ (କୋଭିଡ୍‌-୧୯)କୁ ପ୍ରତିହତ କରିବା ନିମନ୍ତେ ସମଗ୍ର ଦେଶ ସମେତ ରାଜ୍ୟରେ ଲକଡାଉନ ଜାରି କରାଯାଇଥିବାବେଳେ ଚାଷୀମାନଙ୍କ ସୁବିଧା ପାଇଁ ନୂତନ ଓ୍ବେବ୍‌ସାଇଟ୍‌ ଲଞ୍ଚ କରାଯାଇଛି । ଉଦ୍ୟାନ ଭିତ୍ତିକ ଫସଲ ଯଥା ଫଳ, ପନିପରିବା, ଫୁଲ, ମସଲା ଆଦି ସୁବିଧାରେ ବିକ୍ରି ପାଇଁ ଏହି ୱେବ୍‌ସାଇଟର ଲୋକାର୍ପଣ କରାଯାଇଛି । ଆଜି ଅପରାହ୍ନରେ କୃଷି ଭବନଠାରେ ଏହି ୱେବ୍‌ସାଇଟ odihortmarketing.nic.in କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଲୋକାର୍ପିତ କରିଥିଲେ । ଫଳ, ପନିପରିବା ଆଦିର ଗୁଣାତ୍ମକ ମାନ ଶୀଘ୍ର ନଷ୍ଟ ହୋଇଯାଉଥିବାରୁ ଏହାର ଉପଯୁକ୍ତ ବିକ୍ରି ଦିଗରେ ଏହି ୱେବ୍‌ସାଇଟ୍‌ ସହାୟକ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । ଏହା ଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବେ । ଏହି ୱେବ୍‌ସାଇଟ୍‌ ଫଳ ଓ ପନିପରିବା ବିକ୍ରି ଦିଗରେ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହୋଇପାରିବ ବୋଲି ମନ୍ତ୍ରୀ ଡ.ସାହୁ ଆଶା ପ୍ରକାଶ କରିଛନ୍ତି ।

ଏହି ୱେବ୍‌ସାଇଟ୍‌ ମାଧ୍ୟମରେ ଓଡ଼ିଶାର ୩୦ଟି ଜିଲ୍ଲାର ଉଦ୍ୟାନକୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ ଜିଲ୍ଲାରେ ବିକ୍ରିଯୋଗ୍ୟ ଉତ୍ପାଦିତ ଦ୍ରବ୍ୟକୁ ଦର୍ଶାଇବେ, ଯାହାକି ସମ୍ପୃକ୍ତ ବ୍ୟବସାୟୀମାନଙ୍କ ଅବଗତି ପାଇଁ ଉପଲବ୍ଧ ହେବ । ବ୍ୟବସାୟୀମାନେ କେଉଁଠାରେ କେତେ ପରିମାଣର ଫଳ ପନିପରିବା ଆଦି ଉପଲବ୍ଧ ହେଉଛି ସେ ବିଷୟରେ ଜାଣିପାରିବେ । ଏହାଦ୍ୱାରା ସେମାନେ ଜିଲ୍ଲାସ୍ତରର ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରି ସିଧାସଳଖ ଚାଷୀମାନଙ୍କ ଠାରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା କରିପାରିବେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆମିଷ ଖାଇବା ଦ୍ବାରା ବ୍ୟାପୁନାହିଁ କୋରୋନା : ଅରୁଣ ସାହୁ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆମିଷ ଖାଇବା ଦ୍ବାରା କୋରୋନା ବ୍ୟାପିବାର ସମ୍ଭାବନା ନାହିଁ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ମାଛ, ମାଂସ, ଅଣ୍ଡା ଏବଂ କୁକୁଡା ଖାଇବା ଦ୍ବାରା କୋରୋନା ବ୍ୟାପୁନାହିଁ । ଗୁଜବ ସୃଷ୍ଟିକାରୀ ଏପରି ଗୁଜବ ସୃଷ୍ଟି କରିବା କାରଣରୁ କୁକୁଡା ଚାଷୀ କ୍ଷତି ସହୁଛନ୍ତି ବୋଲି ଶନିବାର କୃଷିମନ୍ତ୍ରୀ ସଳଚନା ଦେଇଛନ୍ତି । ତିନି ଦିନ ତଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଥିଲେ ମଧ୍ୟ ଗୁଜବ କାରଣରୁ ସାଧାରଣ ଲୋକେ ଭୟରେ କୁକୁଡା ଖାଇବା ବନ୍ଦ କରିଦେଇଛନ୍ତି । କୋରୋନା ସଙ୍କ୍ରମିତଙ୍କ ସଂସ୍ପର୍ଶରେ ଆସିଲେ କୋରୋନା ବ୍ୟାପିଥାଏ ତେଣୁ କୁକୁଡାକୁ ଭଲରେ ଶିଝାଇ ଖାଇବାରେ କୌଣସି ଅସୁବିଧା ନାହିଁ ବୋଲି କୃଷିମନ୍ତ୍ରୀ ମତ ଦେଇଛନ୍ତି ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ଜଗତଗୁରୁ କୃପାଳୁ ବିଶ୍ବବିଦ୍ୟାଳୟ ନିମନ୍ତେ ବିଧାନସଭାରେ ଘୋଷଣା : ଓଡିଆ ବିଦ୍ୟାର୍ଥୀଙ୍କ ପାଇଁ 50 ପ୍ରତିଶତ ସଂରକ୍ଷଣ

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ

ଭୁବନେଶ୍ବର: ରାଜ୍ୟର ଉଚ୍ଚଶିକ୍ଷାକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଜଗତଗୁରୁ କୃପାଳୁ ବିଶ୍ବବିଦ୍ୟାଳୟର ଘୋଷଣା କରାଯାଇଛି। ବୁଧବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏହି ପ୍ରସ୍ତାବ ଦେଇଛନ୍ତି। କଟକ ଜିଲ୍ଲାର ଓମ୍‌ପଡା ତହସିଲର ବାଆଁରା ଗ୍ରାମରେ ଏହି ବିଶ୍ବବିଦ୍ୟାଳୟଟି ରହିବ ବୋଲି କୁହାଯାଇଛି। ଏହି ପ୍ରସ୍ତାବିତ ବିଶ୍ବ ବିଦ୍ୟାଳୟଟଇ ସ୍ବୟଂଚାଳିତ ହେବ ବୋଲି ବୁଧବାର ବିଧାନସଭାରେ ଘୋଷଣା କରାଯାଇଛି।

ଏହି ବିଶ୍ବ ବିଦ୍ୟାଳୟରେ ଉଭୟ ପାରମ୍ପରିକ ଏବଂ ଅଣ ପାରମ୍ପରିକ ଶିକ୍ଷା ପ୍ରଦାନ କରାଯାଇ ବିଦ୍ୟାର୍ଥୀଙ୍କ ବୌଦ୍ଧିକ ଏବଂ ବ୍ୟକ୍ତିଗତ ଜ୍ଞାନ ବୃଦ୍ଧି କରାଯିବ। ବିଶ୍ବ ବିଦ୍ୟାଳୟରେ ପ୍ରାକୃତିକ ଚିକିତ୍ସା ଓ ଯୋଗ ବିଜ୍ଞାନ, ଶାରିରୀକ ଓ ଜୀବ ବିଜ୍ଞାନ, ମ୍ୟାନେଜମେଣ୍ଟ, ଭାରତୀୟ ସଂସ୍କୃତି ଓ ଚାରୁ କଳା, ଆଧ୍ୟାତ୍ମବାଦ ଓ ଧୀ ଶକ୍ତି ପରିଚାଳନା, କଳା, ସମାଜ ବିଜ୍ଞାନପରି ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଏତଦ୍‌ ବ୍ୟତିତ ସମାଜର ମଙ୍ଗଳ ସାଧନ ନିମନ୍ତେ ବୈଦିକ ବିଜ୍ଞାନ, ଯୋଗ ବିଜ୍ଞାନ, ଧୀ ଶକ୍ତି ପରିଚାଳନା, ତୁଳନାତ୍ମକ ଧାର୍ମିକ ଶିକ୍ଷା, ଦୈହିକ-ମାନସିକ – ବୌଦ୍ଧିକ ବିକାଶ ନିମନ୍ତେ ସାମଗ୍ରିକ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯିବ।

ସରକାରଙ୍କ ପକ୍ଷରୁ ଏହି ବିଲ୍‌ ଆଗତ କରାଯାଇଥିବା ବେଳେ ବିରୋଧୀ ଦଳ ଏହାକୁ ବିରୋଧ କରିଛନ୍ତି। ତରବରିଆ ଭାବରେ ଲାଗୁ କରିବା ପରିବର୍ତ୍ତେ ଅଧିକ ତର୍ଜମା ପାଇଁ ଯାଞ୍ଚ କମିଟିକୁ ପଠାଇବା ଉଚିତ୍‌ ବୋଲି ବିରୋଧୀ ଦଳ ସଦସ୍ୟ ନରସିଂହ ମିଶ୍ର ପ୍ରକାଶ କରିଛନ୍ତି। ନରସିଂହଙ୍କ ସମେତ ବିଷ୍ଣୁଚରଣ ସେଠୀ ଏବଂ ମୋହନ ମାଝୀ ତର୍ଜମା ଦାବି କରିଥିଲେ ମଧ୍ୟ ବାଚନିକ ଭୋଟରେ ତାହା କାଟ ଖାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଓଡିଆ ବିଦ୍ୟାର୍ଥୀଙ୍କ ପାଇଁ ଏହି ବିଶ୍ବ ବିଦ୍ୟାଳୟରେ 50 ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବା ନେଇ ମନ୍ତ୍ରୀ ଘୋଷଣା କରିଛନ୍ତି। ପରିଶେଷରେ ବାଚନିକ ଭୋଟରେ ବିଲ୍‌ଟିକୁ ଅନୁମୋଦନ ମିଳିଥିଲା।