ବିଶାଖାପାଟନମ୍‌ରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ : ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି

Published: May 7, 2020, 11:03 am IST

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ଠାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ଜଣେ ଶିଶୁଙ୍କ ସମେତ 9ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସେହିପରି ଶତାଧିକ ଅସୁସ୍ଥ ହୋଇଛନ୍ତି । ଜୀବନ ବିକଳରେ କିଛି ଲୋକେ କୂଅକୁ ଡେଇଁ ପଡିଥିବାର ସୂଚନା ରହିଛି । ଗ୍ୟାସ୍‌ ଲିକ୍‌ ହେବାର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି । ଉଦ୍ଧାର କାର୍ଯ୍ୟରେ ଏସ୍‌ଡିଆର୍‌ଏଫ୍‌ ଓ ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଯିବେ ବୋଲି ସୂଚନା ରହିଛି । ଗୁରୁବାର ଭୋରରୁ ବିଶାଖାପଟନମ୍‌ ସ୍ଥିତ ଏକ ଫାର୍ମା କମ୍ପାନୀରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା । ଏହି ଲିକ୍‌ ଯୋଗୁଁ ପାଞ୍ଚୋଟି ଗ୍ରାମକୁ ଖାଲି କରି ଦିଆଯାଇଛି ।

Related posts