ମେଟ୍ରିକ୍‌ ଖାତା ଦେଖିବା ପାଇଁ 6 ହଜାର ଅଧିକ ଶିକ୍ଷକ ନିଯୁକ୍ତ

Published: May 11, 2020, 1:29 pm IST

ଭୁବନେଶ୍ବର : ଆସନ୍ତା 20 ତାରିଖରୁ ମେଟ୍ରିକ୍‌ ପରୀକ୍ଷା ଖାତା ଦେଖିବା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ 6 ହଜାର ଅଧିକ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ନେଇ ଜଣାପଡିଛି । ପୂର୍ବବତ 60ଟି କେନ୍ଦ୍ରରେ ଖାତା ଦେଖାଯିବ ମାତ୍ର 6 ହଜାର ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସାମାଜିକ ଦୂରତ୍ବକୁ ଗୁରୁତ୍ବ ପ୍ରଦାନ କରାଯାଇ 3ଟି ପର୍ଯ୍ୟାୟରେ ଖାତା ଦେଖାଯିବ । ଖାତାଦେଖିବା ପାଇଁ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦିଆଯାଇଛି । ମାସ୍କ ଏବଂ ସାନିଟାଇଜରର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସେହିପରି 6 ହଜାର ଅଧିକ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲେ ମଧ୍ୟ ଶିକ୍ଷକଙ୍କ କେନ୍ଦ୍ରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଖାତା ଦେଖିବା ପାଇଁ 20 ଦିନର ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହା 2-4ଦିନ ବଢିବାର ସମ୍ଭାବନା ରହିଛି ।

Related posts