ଗତ 24 ଘଣ୍ଟାରେ କରୋନା ଯୋଗୁଁ ମହାରାଷ୍ଟ୍ରରେ 54ଜଣଙ୍କ ମୃତ୍ୟୁ

Published: May 13, 2020, 11:32 pm IST

ମୁମ୍ବାଇ :କରୋନା ଯୋଗୁଁ ମହାରାଷ୍ଟ୍ରର ସ୍ଥିତି ଜଟିଳ ହେବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1495 ଜଣ ଆକ୍ରାନ୍ତ ହୋଇଥିବାବେଳେ 54 ଜଣଙ୍କ ମୃତ୍ୟ ଘଟିଥିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 24 ଘଣ୍ଟାରେ ମୃତ୍ୟୁ ବରଣ କରିଥିବା 54 ଜଣଙ୍କ ମଧ୍ୟରେ ମୁମ୍ବାଇର 40 ଜଣ ରହିଥିବାବେଳେ ପୁଣେରୁ 6 ଜଣ, ଜଳଗାଓ୍ବରୁ 2, ସୋଲାପୁରରୁ 2, ଔରଙ୍ଗାବାଦରୁ 2, ବସଇଁ ବିରାର ଓ ରତ୍ନଗିରିରୁ ଜଣେ ଲେଖାଏଁ ରଖିଛନ୍ତି।  ମହାରାଷ୍ଟ୍ରରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା 975କୁ ବୃଦ୍ଧି ହୋଇଛି ।

ସେହିପରି ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା 25 ହଜାର ପାର୍‌ କରିଛି । ରାଜ୍ୟରେ ଏବେ ସର୍ବମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 25,922 ରହିଛି । ସେହିପରି କେବଳ ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା 15747 ରହିଛି । ସେହିପରି ଏପର୍ଯ୍ୟନ୍ତ ମୁମ୍ବାଇରେ 596ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ପୋଲିସ୍‌ଙ୍କ ଉପରେ ମଧ୍ୟ କରୋନା ପ୍ରଭାବ ପଡିଛି । ମୁମ୍ବାଇ ପୋଲିସର ଆଉ ଜଣେ ଅଧିକାରୀ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।  ସେହିପରି ମହାରାଷ୍ଟ୍ରରେ 5,547ଜଣ ସୁସ୍ଥ ହୋଇଛନ୍ତି । 2,98,213ଜଣଙ୍କୁ ହୋମ କ୍ବାରେଣ୍ଟିନ୍‌ରେ ରଖାଯାଇଥିବାବେଳେ 14, 627ଜଣଙ୍କୁ ବିଶେଷ ସୁବିଧା ଯୁକ୍ତର କ୍ବାରେଣ୍ଟିନ୍‌ କରାଯାଇଛି । (ଏଜେନ୍ସି)

Related posts