Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀର ଆତ୍ମହତ୍ୟା : ନୋଏଡାରୁ ଚାଲି ଚାଲି ଝାନ୍ସୀରେ ପହଞ୍ଚିଥିଲେ ଦୁହେଁ
ଆଜିର ଖବର

ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀର ଆତ୍ମହତ୍ୟା : ନୋଏଡାରୁ ଚାଲି ଚାଲି ଝାନ୍ସୀରେ ପହଞ୍ଚିଥିଲେ ଦୁହେଁ

May 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଝାନ୍ସୀ : ଉତ୍ତରପ୍ରଦେଶର ଝାନ୍‌ସୀରେ ଏକ ଶ୍ରମିକଙ୍କ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି । ଯିଏ  ସ୍ତ୍ରୀଙ୍କ ମୃତ୍ୟୁ ପରେ ନିଜେ ଆତ୍ମହତ୍ୟା କରି ଦେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଶ୍ରମିକ ଜଣକ ନିଜ ସ୍ତ୍ରୀଙ୍କ ସହ ନୋଏଡାରୁ ଚାଲି ଚାଲି ଝାନ୍ସୀରେ ଆସି ପହଞ୍ଚିଥିଲେ । ଝାନ୍‌ସୀରେ ତାଙ୍କ ସ୍ତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାବେଳେ ସ୍ବାମୀ ଜଣକ ଆତ୍ମହତ୍ୟା କରିଦେଇଛନ୍ତି ।

ମୃତକ ଜଣକ ହେଉଛନ୍ତି ଝାନ୍‌ସୀ ଜିଲ୍ଲା ପିପରା ଗ୍ରାମର ଭଗବତ । ସେ ନୋଏଡାରେ ନିଜ ସ୍ତ୍ରୀଙ୍କ ସହ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଭଗବତଙ୍କ ବୟସ 35 ବର୍ଷ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଶିବାନୀଙ୍କ ବୟସ ମାତ୍ର 28 ବର୍ଷ ଥିଲା । ଶିବାନୀ ଟିବି ରୋଗରେ ପୀଡିତ ଥିଲେ । ଲକ୍ ଡାଉନ୍‌ କାରଣରୁ ଚାଲି ଚାଲି ଆସି ଦୁହେଁ ଝାନ୍ସୀରେ ପହଞ୍ଚିଥିଲେ। ଝାନ୍ସୀରେ ପହଞ୍ଚୁ ପହଞ୍ଚୁ ଶିବାନୀଙ୍କ ଅବସ୍ଥା ଖରାପ ଆଡକୁ ଗତି କଲା । ତାଙ୍କୁ ଝାନ୍‌ସୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଭଗବତ୍‌ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିବାନୀଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଃଖକୁ ଭଗବତ୍‌ ସହ୍ୟ କରିପାରିନଥିଲେ । ନିଜ ସ୍ତ୍ରୀର ଶବକୁ ଗ୍ରାମକୁ ନେଇ ଆସିଥିଲେ । ଅନ୍ତିମ ସଂସ୍କାର କରିବା ପୂର୍ବରୁ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

death Lockdown migrant labour suicide
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.