Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ଡାଉନ୍‌ରେ 80 କିମି ଚାଲି ଚାଲି ଯାଇ ବିବାହ କଲେ ଯୁବତୀ
ଆଜିର ଖବର

ଲକ୍‌ଡାଉନ୍‌ରେ 80 କିମି ଚାଲି ଚାଲି ଯାଇ ବିବାହ କଲେ ଯୁବତୀ

May 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କାନପୁର : ବିବାହ କରିବା ପାଇଁ ପୁଅ ଘର ଲୋକ ସର୍ବଦା ଝିଅ ଘରକୁ ଯାଇଥାନ୍ତି । ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶର କାନପୁରରେ ଜଣେ ଯୁବତୀ ବିବାହ କରିବା ପାଇଁ 80 କିମି ରାସ୍ତା ଚାଲଚାଲି ଅତିକ୍ରମ କରିବା ପରେ ଶେଷରେ ବିବାହ କରିଛନ୍ତି । କାନପୁରର ଏହି ଯୁବତୀ ଜଣକ ବିବାହ କରିବା ପାଇଁ କନୌଜ ପର୍ଯ୍ୟନ୍ତ ଚାଲଚାଲି ଯାଇଥିଲେ ।

ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ମେ 4ରେ ବାହାଘର ସ୍ଥିର ହୋଇଥିଲା । ମାତ୍ର ଲକ୍‌ଡାଉନ୍‌ କାରଣରୁ ବିବାହ ଅଟକି ଯାଇଥିଲା । ନିକଟରେ ଲକ୍‌ଡାଉନ୍‌ କଟକଣା ଉଠିବାର କୌଣସି ସମ୍ଭାବନା ନ ଦେଖାଯିବାରୁ ଯୁବତୀ ଜଣକ ବାଧ୍ୟ ହୋଇ ଘରୁ ପାଦ କାଢିଥିଲେ । ଉଲ୍ଲେଖଯୋଗ୍ୟ ଯେ, କାନପୁରର ଲକ୍ଷ୍ମଣ ତିଲକ ଗ୍ରାମର ଗୋଲ୍ଡିଙ୍କ ବିବାହ କନୌଜର ବୀରେନ୍ଦ୍ରଙ୍କ ସହିତ ସ୍ଥିର ହୋଇଥିଲା । ଲକ୍‌ଡାଉନ୍‌ କାରଣରୁ ବିବାହ ଘୁଞ୍ଚିଯିବାରୁ ଶୁକ୍ରବାର ସକାଳୁ ଘରୁ ପାଦ କାଢିଥିଲେ ଗୋଲ୍ଡି । ସନ୍ଧ୍ୟା ସୁଦ୍ଧା କନୌଜରେ ପହଞ୍ଚିବା ପରେ ବୋହୂକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ବୀରେନ୍ଦ୍ରଙ୍କ ପରିବାର । ପରେ ବିବାହ କରିବା ପାଇଁ କହିଥିଲେ ମଧ୍ୟ ଗୋଲ୍ଡି ନିଜ ଜିଦ୍‌ରେ ଅଟଳ ରହିଥିଲେ । ଏହାପରେ ଜଣେ ବ୍ରାହ୍ମଣଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା । (ଏଜେନ୍ସି)

kanpur Lockdown marriage
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.