ବାରିପଦାଠାରେ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବା 45 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ

Published: May 28, 2020, 10:57 am IST

ବାରିପଦା : ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବା 45 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ବେତନଟୀ ବ୍ଲକ ନହଣ୍ଡାଶୋଳ ଭାଲୁବସାଗାଁରେ ପଡି ରହିଛି ମୃତ ଦେହ । ସୁରତରୁ ଫେରି କ୍ବାରେଣ୍ଟିନ୍‌ରେ ଥିବାରୁ କେହି ମୃତଦେହ ପାଖ ମାଡୁନାହାନ୍ତି । ସେ ସୁରତରୁ ଫେରି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିବା ପରେ ସେ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ । ଆଜି ସକାଳୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ସେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ଘରୁ ବାହାରକୁ ଆସିଥିଲେ । ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।  ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତ ଦେହକୁ କେହିଁ ଛୁଇଁ ନାହାନ୍ତି । ଗ୍ରାମବାସୀମାନେ କରୋନା ଭୟରେ ମୃତଦେହକୁ ଛୁଉଁ ନାହାନ୍ତି । ସେହିପରି ମୃତକଙ୍କ ଏକମାତ୍ର ପୁତ୍ର ସୁରତରେ ରହିଥିବାର ସୂଚନା ରହିଛି । ତେବେ ଏନେଇ ପୋଲିସ୍‌କୁ ଖବର ଦିଆଯାଇଛି ।  ମେଡିକାଲ୍‌ କର୍ମଚାରୀ ଆସିବା ପରେ ତାଙ୍କ ସ୍ବାବ୍‌ ନିଆଯିବ । ପରେ ନିୟମ ଅନୁଯାୟୀ ତାଙ୍କର  ଶବ ସତ୍କାର କରାଯିବ ବୋଲି ସୂଚନା ରହିଛି ।

Related posts