୨ ବାଇକ ସହ ୩୫ କେଜି ଗଞ୍ଜେଇ ଜବତ; ମାଫିଆ ଫେରାର

Published: Jun 1, 2020, 11:41 am IST

କନ୍ଦର୍ପ ବେହେରା

ରେଢାଖୋଲ-ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚାରମାଳ ପୋଲିସ୍ ୩୫ କେଜି ଗଞେଇ  ଓ ୨ଟି ବାଇକ ଜବତ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧରୁ ଗଞ୍ଜେଇ ଧରି ଆସୁଥିବା ଦୁଇଟି ବାଇକକୁ ଚାରମାଳ ଥାନା ତେଲିପଣା ଛକ ନିକଟରେ ଗତକାଲି ସକାଳେ ଧରିବାରେ ସଫଳ ହୋଇଛି। ବେପାରୀମାନେ ମୂଖ୍ୟ ରାସ୍ତାରେ ନ ଆସି ଜଙ୍ଗଲି ରାସ୍ତାରେ ଆସୁଥିବାର ଚାରମାଳ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ଆସିଥିଲା ।

ଗଞ୍ଜେଇ ବେପାରୀମାନେ ବାଇକ ନଂ (ଓଡି ୧୫ ଏଫ୍ ୧୦୦୪) ଓ (ଓଆର୍ ୧୪ ଏମ୍ ୦୪୪୭) ରେ ୩୫ କେଜି ଗଞ୍ଜେଇ ଧରି ଆସୁଥିଲେ। ବେପାରୀମାନେ ପୋଲିସକୁ ଦେଖି ଗଞ୍ଜୋଇ ଓ ବାଇକ ଦୁଇଟି ଛାଡି ଫେରାର ହେବାରେ ସକ୍ଷମ ହୋଇଥିଲେ । ପୋଲିସ୍ ସେମାନଙ୍କୁ ଧରି ପାରି ନ ଥିଲା। ଏମିତି ଚାରମାଳ ଅଂଚଳରେ ବହୁ ଗଞ୍ଜେଇ ବେପାରୀ ଅନାୟାସରେ ପୋଲିସ୍ ଆଖିରେ ଧୂଳି ଦେଇ ଦିନ ଦି ପହରରେ ତ କେବେ କେବେ ରାତିରେ ଅନାୟାସରେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରୁଥିବା ଜଣା ପଡିଛି । ପ୍ରାୟତଃ ବେପାରୀମାନେ ବୌଦ୍ଧ ଅଂଚଳରୁ ଏହି କାରବାର କରୁଥିବା ଜଣାପଡିଛି ।

ଏଠାରେ ପ୍ରଶ୍ୱ ଉଠେ ଯେ , ପଡୋଶୀ ବୌଦ୍ଧରୁ ଗଞ୍ଜେଇ ଆସୁଥିଲେ ମଧ୍ୟ ବୌଦ୍ଧ ପୋଲିସ୍ ପେଟ୍ରୋଲିଂ କରୁ କରୁ ସେମାନଙ୍କୁ ଧରିବାରେ ସକ୍ଷମ ହେଉ ନଥିବା ବେଳେ ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ୍ ଧରିବାରେ ସଫଳ ହେଉଥିବାରୁ ସାଧାରଣରେ ବୌଦ୍ଧ ପୋଲିସ ଉପରେ ସନ୍ଦେହ ସୃଷ୍ଟି ହେଉଛି। ଏହି ଚଢଉରେ ଚାରମାଳ ଥାନାଧିକାରୀ ବସନ୍ତ ଦଳାଇଙ୍କ ସହ ଚାରମାଳ ପୋଲିସ୍ ସାମିଲ ହୋଇଥିଲା।

Related posts