ଗତ 24 ଘଣ୍ଟାରେ ଦେଶରେ 8 ହଜାର 909 ଆକ୍ରାନ୍ତ ଚିହ୍ନଟ, 217ଜଣଙ୍କ ମୃତ୍ୟୁ

Published: Jun 3, 2020, 11:02 am IST

ନୂଆଦିଲ୍ଲୀ : ଦେଶରେ କରୋନା ସଂକଟ ଥମିବାର ନାଁ ଧରୁନାହିଁ । ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । 24 ଘଣ୍ଟାରେ ପୁଣି ରେକର୍ଡ ସଂଖ୍ୟକ 8 ହଜାର 909 ମାମଲା ସାମନାକୁ ଆସିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 6 ହଜାର  ନିକଟତର ହେଲାଣି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 8909ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 217 ଜଣଙ୍କ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 7 ହଜାର 615 ରେ ପହଞ୍ଚିବାବେଳେ ଏପର୍ଯ୍ୟନ୍ତ ଭାରତରେ 5 ହଜାର 815 ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁ ଓ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି ।

କେଉଁଠି କିପରି ରହିଛି କରୋନା ସ୍ଥିତି :

Related posts