
ଭୁବନେଶ୍ବର : ରାଜ୍ୟରେ କ୍ବାରେଣ୍ଟିନ୍ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । ଭଦ୍ରକର କୋରକୋରା ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରବାସୀ ଶ୍ରମିକ ଜଣକ ଗତକାଲି କୋଲକାତାରୁ ଫେରିଥିଲେ । ଗତକାଲି ଫେରିବା ପରେ କୋରକୋରା କ୍ବାରେଣ୍ଟିନ୍ କେନ୍ଦ୍ରରେ ସେ ରହିଥିଲେ । ନୋଡାଲ ଅଫିସର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ଘୋଷଣା କରାଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହା ସହିତ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବାର ନିଷ୍ପତ୍ତି ନିଆଯାଇଛି ।