Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀୟ ମାର୍ଗଦର୍ଶିକା ପଢନ୍ତୁ ବିଜେପି ନେତା : ସସ୍ମିତ ପାତ୍ର
ଆଜିର ଖବର

କେନ୍ଦ୍ରୀୟ ମାର୍ଗଦର୍ଶିକା ପଢନ୍ତୁ ବିଜେପି ନେତା : ସସ୍ମିତ ପାତ୍ର

June 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରୋନା ପରୀକ୍ଷଣକୁ ନେଇ ବିଜେିପକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । କେନ୍ଦ୍ର ସରକାର ଏବଂ ଆଇସିଏମ୍‌ଆର ପକ୍ଷରୁ କେବଳ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କ କୋଭିଡ୍‌ ପରୀକ୍ଷା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ତେଣୁ ବିଜେପି ନେତା ମାନେ କେନ୍ଦ୍ରୀୟ ମାର୍ଗଦର୍ଶିକା ପଢିବା ଉଚିତ୍‌ ବୋଲି ସସ୍ମିତ୍‌ ମତ ଦେଇଛନ୍ତି । ରାଜ୍ୟରେ ଆଇସିଏମ୍‌ଆର ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷଣ ଜାରି ରହିଛି । ଆଇସିଏମ୍‌ଆର ଗାଇଡ୍‌ଲାଇନ୍‌ ଅନୁଯାୟୀ ରାଜ୍ୟରେ ରାଣ୍ଡମ୍‌ (ମିଶାମିଶି) ପରୀକ୍ଷଣ କରାଯାଉଛି ।

ଓଡିଶାରେ ଦୈନିକ ପରୀକ୍ଷଣ ସଂଖ୍ୟା 15 ହଜାରକୁ ବୃଦ୍ଧି କରାଯାଇଛି । ଓଡିଶା ସରକାର ଉଭୟ କେନ୍ଦ୍ର ସରକାର ଏବଂ ଆଇସିଏମ୍‌ଆରର ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷଣ କରୁଛନ୍ତି । ଦେଶର ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ସମାନ ପ୍ରକ୍ରିୟା ଅବଲମ୍ବନ କରାଯାଉଛି । ତେଣୁ ଏଭଳି ସ୍ପର୍ଶକାତର ମାମଲାରେ ରାଜନୀତି କରିବା ପୂର୍ବରୁ ବିଜେପି ନେତା ମାନେ କେନ୍ଦ୍ରୀୟ ମାର୍ଗଦର୍ଶିକା ପଢନ୍ତୁ ବୋଲି ସସ୍ମିତ ପାତ୍ର ପ୍ରକାଶ କରିଛନ୍ତି ।

କରୋନା ମୁକାବିଲାର ମଧ୍ୟବର୍ତ୍ତୀ ସ୍ଥିତିରେ ରହିଥିବା ବେଳେ ବିଜେପି ନେତାଙ୍କ ଏଭଳି ହୀନ ରାଜନୀତି ଗ୍ରହଣୀୟ ନୁହେଁ । ଓଡିଶାର ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିଏମ୍‌ସି) ରଣନୀତି ଯାହାକି ଦେଶର ଅନ୍ୟ କୌଣସି ରାଜ୍ୟ ଆପଣେଇ ନାହାନ୍ତି । ଓଡିଶାର ଏହି ଅନନ୍ୟ ପଦକ୍ଷେପ କାରଣରୁ କରୋନା ମୁକାବିଲାରେ ରାଜ୍ୟ ଅନ୍ୟ ମାନଙ୍କଠାରୁ ଆଗୁଆ ରହିଛି । ଓଡିଶା ବ୍ୟତିତ ଦେଶର ଅନ୍ୟ କୌଣସି ରାଜ୍ୟରେ ଏହି ବ୍ୟବସ୍ଥା ହୋଇନାହିଁ ବୋଲି ଶ୍ରୀ ପାତ୍ର ମତ ଦେଇଛନ୍ତି ।

BJD BJP corona TMC
Share. Facebook Twitter LinkedIn Email WhatsApp Copy Link

Related Posts

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026
Latest News

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.