ବଡଦାଣ୍ଡରୁ ହଟୁଛନ୍ତି ଉଠା ଦୋକାନୀ

Published: Jun 22, 2020, 1:06 pm IST

ପୁରୀ : ସବୁ ଉଠା ଦୋକାନୀଙ୍କୁ ଉଠିଯିବାକୁ ନିର୍ଦ୍ଦେଶ ଦେଇଛି ପୁରୀ ପ୍ରଶାସନ । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ଉଠିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ମ୍ୟୁନିସିପାଲଟି ପକ୍ଷରୁ ତୁରନ୍ତ ଜାଗା ଖାଲି କରିବାକୁ ଘୋଷଣା କରାଯାଇଛି ।

ଆଜି ସୁପ୍ରିମ୍‌କୋର୍ଟରେ ପୁରୀ ରଥଯାତ୍ରା ମାମଲାର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି । ଏହି ମାମଲା ଏବେ ତିନି ଜଣିଆ ଖଣ୍ଡୀପଠକୁ ଯାଇଙଛି । ଅପରପକ୍ଷରେ ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସନ ଓ ଜିଲ୍ଲାପାଳଙ୍କ ମଧ୍ୟରେ ରୁଦ୍ଧଦ୍ବାରା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ସାମିଲ୍‌ ହୋଇଥିଲେ । ପୁରୀ ପ୍ରଶାସନ ତତ୍ପର ହୋଇପଡିଛି । ଆଜି ସନ୍ଧ୍ୟାରେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ବୋଲି ସୂଚନା ରହିଛି । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗର ବୈଠକ ଅନୁଷ୍ଠିତ ହେବ ।  ପୁରୀ ରଥଯାତ୍ରା ସପକ୍ଷରେ କେନ୍ଦ୍ର ସରକାର ଯୁକ୍ତି ରଖିବା ପରେ ଏହାକୁ ରାଜ୍ୟ ସରକାର ସମର୍ଥନ କରିଛନ୍ତି ।

ଅପରପକ୍ଷରେ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଛନ୍ତି ।

Related posts