ଶେଷ ହେଲା ପହଣ୍ଡି, ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

Published: Jun 23, 2020, 10:44 am IST

ପୁରୀ :  ସରିଛି ପହଣ୍ଡି । ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ବଡ ଭାଇ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଓ  ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡିବିଜେ ନୀତି ହୋଇଛି । ଧାଡି ପହଣ୍ଡିରେ ରଥକୁ ବିଜେ କରିଛନ୍ତି ତିନି ଠାକୁର । ଜଗତର ନାଥ ଜଗନ୍ନାଥ ଟାହିଆ ହଲାଇ ରତ୍ନବେଦୀରୁ ଓହ୍ଲାଇଆସିଛନ୍ତି ବଡଦାଣ୍ଡକୁ । ତାଳଧ୍ବଜ ରଥରେ ରାଧାକୃଷ୍ଣ, ନନ୍ଦିଘୋଷ ରଥରେ ମଦନମେହନ ଦର୍ପଦଳନରେ ବିଜେ ହୋଇଛନ୍ତି ଶ୍ରୀ ସୁଦର୍ଶନ ।

କରୋନା କଟକଣା ପାଇଁ ବିନା ଭକ୍ତରେ ଚଳିତ ଥର ରଥଯାତ୍ରା ଅନୁଷ୍ଠିତ ହେଉଛି । କିନ୍ତୁ ଜଗତର ନାଥ ଲୀଳାମୟ କଳାଠାକୁରଙ୍କ ଅପରୂପ ଦର୍ଶନ ଭକ୍ତମାନେ ଘରେ ବସି ରଥଯାତ୍ରାର ସିଧାପ୍ରସାରଣ ଦେଖିପାରିବେ । ଗତକାଲି ରଥଯାତ୍ରାର ନୀତି ନିର୍ଘଣ୍ଟ ମୁତାବକ ଆଜି ମଧ୍ୟାହ୍ନ 12ଟାରୁ ରଥଟଣା ହେବ ବୋଲି ଜଣାପଡିଛି । ଏହା ପୂର୍ବରୁ ଚାରମାଳଫିଟା, ଘୋଡ଼ା ଓ ସାରଥୀ ଲାଗିବ । ମହାରାଜାଙ୍କ ଛେରା ପହଁରା ପରେ ମହାପ୍ରଭୁଙ୍କର ରଥଟଣା ଆରମ୍ଭ ହେବ । ରଥଉପରେ ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ । ରଥାରୂଢ ତିନି ଠାକୁର ଏବେ ଗୁଣ୍ଡିଚା ମନ୍ଦିର ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ।

Related posts