ଭୁବନେଶ୍ବର: ରାଜ୍ୟରେ କରୋନା ନେଲା ଆଉ ଦୁଇ ଜଣଙ୍କ ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 17 ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି। ତେବେ ଦୁଇ ମୃତକ କଟକ ଜିଲ୍ଲାର ବୋଲି ଜଣାପଡିଛି ।
ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଦ୍ବୟ କଟକ ଜିଲ୍ଲାର । ଜଣକ ବୟସ 71 ବର୍ଷ ହୋଇଥିବାବେଳେ କଟକ ସ୍ଥିତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ କୋଭିଡ୍-19 ସହ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ସଂକ୍ରମିତ ଡାଇବେଟିକ୍ ଫୁଟ୍, ଡାଇବେଟିସ୍ ଏବଂ କ୍ରୋନିକ୍ କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ । ଅନ୍ୟଜଣେ ମଧ୍ୟ କଟକ ଜିଲ୍ଲାର । ତାଙ୍କ ବୟସ 53 ବର୍ଷ । କଟକ ସ୍ଥିତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସେ ଡାଇବେଟିସ୍ ରୋଗରେ ମଧ୍ୟ ପୀଡିତ ଥିଲେ ।
ସେହିଭଳି ଅନ୍ୟ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ମୃତ୍ୟୁ କରୋନା ଜନିତ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି। ସେ ମଧ୍ୟ କଟକ ଜିଲ୍ଲାର ହୋଇଥିବାବେଳେ ତାଙ୍କ ବୟସ 80 ବର୍ଷ । ତାଙ୍କର ଅନ୍ତଃନଳୀରେ ସମସ୍ୟା ସହ ସେପସିସ୍ ଏବଂ ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ ଯୋଗୁଁ ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
କଟକ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ପାଇଛି । ସେହିଭଳି ଗଞ୍ଜାମ ଜିଲ୍ଲାରୁ 8 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 4 ଜଣ, ପୁରୀ ଜିଲ୍ଲାରୁ ଜଣେ, ବରଗଡ ଜିଲ୍ଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5,470କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1583 । ସେହିପରି ସୁସ୍ଥ ହୋଇଛନ୍ତି 3863 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 17ଜଣ । ସେହିପରି 7ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
କେଉଁ ରାଜ୍ୟରେ କିପରି ଅଛି କରୋନା ସ୍ଥିତି :
ଜିଲ୍ଲା | ପଜିଟିଭ୍ | ସୁସ୍ଥ | ସକ୍ରିୟ | ମୃତ | ମୃତ(ଅନ୍ୟାନ୍ୟ) |
---|---|---|---|---|---|
ଗଞ୍ଜାମ | 955 | 670 | 277 | 8 | 0 |
ଖୋର୍ଦ୍ଧା | 662 | 403 | 253 | 4 | 2 |
କଟକ | 487 | 385 | 98 | 3 | 1 |
ଯାଜପୁର | 387 | 329 | 58 | 0 | 0 |
ବାଲେଶ୍ବର | 320 | 208 | 111 | 0 | 1 |
ଗଜପତି | 279 | 98 | 181 | 0 | 0 |
ଜଗତସିଂହପୁର | 228 | 133 | 95 | 0 | 0 |
କେନ୍ଦ୍ରାପଡା | 220 | 180 | 40 | 0 | 0 |
ପୁରୀ | 215 | 134 | 79 | 1 | 1 |
ଭଦ୍ରକ | 200 | 178 | 22 | 0 | 0 |
ସୁନ୍ଦରଗଡ | 163 | 127 | 36 | 0 | 0 |
ମୟୂରଭଞ୍ଜ | 159 | 106 | 52 | 0 | 1 |
କନ୍ଧମାଳ | 159 | 144 | 15 | 0 | 0 |
ବଲାଙ୍ଗିର | 153 | 141 | 12 | 0 | 0 |
ନୟାଗଡ | 131 | 111 | 20 | 0 | 0 |
କେଉଁଝର | 100 | 61 | 39 | 0 | 0 |
ନୂଆପଡା | 79 | 71 | 8 | 0 | 0 |
କଳାହାଣ୍ଡି | 70 | 41 | 29 | 0 | 0 |
ବରଗଡ | 68 | 33 | 34 | 1 | 0 |
ଢେଙ୍କାନାଳ | 66 | 51 | 15 | 0 | 0 |
ଅନୁଗୁଳ | 56 | 40 | 16 | 0 | 0 |
ମାଲ୍କାନଗିରି | 53 | 43 | 10 | 0 | 0 |
ଝାରସୁଗୁଡା | 53 | 18 | 35 | 0 | 0 |
ଦେବଗଡ | 41 | 40 | 1 | 0 | 0 |
ବୌଦ୍ଧ | 40 | 38 | 2 | 0 | 0 |
ସୋନପୁର | 35 | 31 | 4 | 0 | 0 |
ସମ୍ବଲପୁର | 31 | 23 | 8 | 0 | 0 |
କୋରାପୁଟ | 25 | 17 | 8 | 0 | 0 |
ରାୟଗଡା | 22 | 7 | 15 | 0 | 0 |
ନବରଙ୍ଗପୁର | 13 | 2 | 10 | 0 | 1 |
ମୋଟ୍ | 5470 | 3863 | 1583 | 17 | 7 |