Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରବାସୀ ଓଡିଆ ଟଙ୍କା ଦେବା ପାଇଁ ଜିଦି କରି ଅଙ୍ଗନୱାଡି କର୍ମୀଙ୍କୁ ଆକ୍ରମଣ ଉଦ୍ୟମ
ଆଜିର ଖବର

ପ୍ରବାସୀ ଓଡିଆ ଟଙ୍କା ଦେବା ପାଇଁ ଜିଦି କରି ଅଙ୍ଗନୱାଡି କର୍ମୀଙ୍କୁ ଆକ୍ରମଣ ଉଦ୍ୟମ

June 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: କରୋନା ଯୋଦ୍ଧା ଅଙ୍ଗନୱାଡି କର୍ମୀଙ୍କୁ ଜଣେ ପ୍ରବାସୀ ଓଡିଆ ଟଙ୍କା ମିଳିବା ଦାବୀ ସହ ଅଶ୍ଳୀଳ ଭାଷାରେ ଗାଳି କରି ଆକ୍ରମଣ ଉଦ୍ୟମ କରିବା ଅଭିଯୋଗ ହୋଇଛି। ଏହା ସହିତ କର୍ମୀଙ୍କ ପୁଅକୁ ଆକ୍ରମଣ କରି ଅପହରଣ କରିବା ପାଇଁ ଧମକ ଦେବା ଘଟଣା ଆଲୋଡନ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ରାହାଡା ଗ୍ରାମରେ ମଣିମାଳା ନାୟକ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରିବା ସହ କୋଭିଡ-୧୯ ଡ୍ୟୁଟିରେ ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସେ ନିଜ ଘରେ ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ତାଙ୍କ ଘର ଆଗରେ ରହୁଥିବା ପ୍ରବାସୀ ଓଡିଆ ରବି ମହାନ୍ତି ଓରଫ୍ ଭାଗୀ ମଦ ପିଇ ଆସି ତାଙ୍କୁ କାହିଁକି ୨୦୦୦ ଟଙ୍କା ମିଳିନି ଆଉ ତୁରନ୍ତ ଦିଅ କହିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଆକ୍ରମଣ କରିବାକୁ ଉଦ୍ୟତ ହେବା ବେଳେ ମଣିମାଳାଙ୍କ ପୁଅ ରୋଶନ କୁମାର ନାୟକ ସେଠାରେ ପହଂଚି ଅଟକାଇବା ବେଳେ ତାଙ୍କୁ ଆକ୍ରମଣ କରି ମାରିଦେବାକୁ ଧମକ ଦେଇଥିଲେ। ପରେ ସେଠାରୁ ସେମାନେ ଖସିଆସି ବେଗୁନିଆପଡ଼ା ଫାଣ୍ଡିରେ ପହଁଞ୍ଚିବା ସହ ଗଞ୍ଜାମ ଜିଲ୍ଲାପାଳ ଓ କୋଦଳା ତହସିଲଦାରଙ୍କୁ ଅବଗତ କରାଇବା ପରେ ଫାଣ୍ଡିରେ ଏତଲା ଦେଇଥିଲେ। ଆହତ ରୋଶନ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ସେପଟେ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ଦାବୀ ହୋଇଛି।

ଅଙ୍ଗନୱାଡ଼ି କର୍ମୀ ଆକ୍ରମଣ ଉଦ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ଅଗଷ୍ଟ ୧୪ ଯାଏଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

July 15, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 15, 2026

କୋଭିଡ-୧୯ ର କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ

July 15, 2026

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026
Latest News

ଆଜିଠାରୁ ଅଗଷ୍ଟ ୧୪ ଯାଏଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

July 15, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 15, 2026

କୋଭିଡ-୧୯ ର କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ

July 15, 2026

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026

ଶିକ୍ଷକ ପ୍ରମୋଦ କୁମାର ସାହୁ ପାଇଲେ ଶିକ୍ଷା ରତ୍ନ ସମ୍ମାନ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.