7 ଏନ୍‌ଡିଆରଏଫ୍‌ ଯବାନଙ୍କ ସହ 21ଟି ଜିଲ୍ଲାରୁ 218, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jun 26, 2020, 11:15 am IST

ଭୁବନେଶ୍ବର : ରାଜ୍ୟରେ ଆଜି ନୂତନ 218 ଜଣ ଚିହ୍ନଟ ହୋଇଛନ୍ତି । 21ଟି ଜିଲ୍ଲାରୁ ଆଜି 218 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆମ୍ପାନ୍‌ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା 7 ଜଣ ଏନ୍‌ଡିଆରଏଫ୍‌ କର୍ମଚାରୀ ରହିଛନ୍ତି । ସେହିପରି ଗଞ୍ଜାମରୁ ସର୍ବାଧିକ 49ଜଣ, ଜଗତସିଂହପୁରରୁ 29,  ଗଜପତିରୁ 27, ଭଦ୍ରକରୁ 25, ଖୋର୍ଦ୍ଧାରୁ 17, ସୁନ୍ଦରଗଡରୁ 11, ପୁରୀରୁ 10, ମୟୂରଭଞ୍ଜରୁ 9, ବାଲେଶ୍ବରରୁ 7, କେନ୍ଦ୍ରାପଡରୁ 6, କଟକରୁ 5, ଝାରସୁଗୁଡାରୁ 4 ଜଣ ଚିହ୍ନଟ ହୋଇଥିବାବେଳେ କେଉଁଝର, ନୂଆପଡା ଓ ସମ୍ବଲପୁରୁର 2 ଜଣ ଲେଖାଏଁ ରହିଛନ୍ତି । ସେହିପରି କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, ଯାଜପୁର, କୋରାପୁଟ, ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts