ଜୁଲାଇ 5 ତାରିଖରୁ ପ୍ରତି ରବିବାର ଦିନକୁ ଏହି ରାଜ୍ୟରେ କରାଯିବ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

Published: Jun 28, 2020, 12:34 pm IST

ବେଙ୍ଗାଲୁରୁ : କର୍ଣ୍ଣାଟକରେ କରୋନା ଭାଇରସ ଦ୍ରୁତ ବୃଦ୍ଧି ଦେଖି ରାଜ୍ୟ ସରକାର ଆସନ୍ତା ଜୁଲାଇ 5 ତାରିଖ ଠାରୁ ପ୍ରତି ରବିବାରକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। ଏହି ଲକ୍‌ଡାଉନ ଆଗାମୀ ଆଦେଶ ଯାଏଁ ପ୍ରତି ରବିବାର ଲାଗୁ ହେବ।ସେହିପରି ଜୁଲାଇ 10 ତାରିଖରୁ ଦ୍ବିତୀୟ ଓ ଚତୁର୍ଥ ଶନିବାର ବଦଳରେ ପ୍ରତ୍ୟେକ ଶନିବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ରବିବାର ହେବାକୁ ଥିବା ଲକଡାଉନରେ ଦୋକାନ ଓ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ। ମାତ୍ର ଜରୁରୀ ସେବା ଏବଂ ଯୋଗାଣ ସଂପର୍କିତ ଦୋକାନ, ଷ୍ଟୋର ଏବଂ କାର୍ଯ୍ୟାଳୟ ଖୋଲାଯାଇପାରିବ। ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ସନ୍ଧ୍ୟାଠାରୁ ସରକାରୀ ଓ ଘରୋଇ ହସ୍‌ପିଟାଲରେ କରୋନା ଭାଇରସରେ ସଂକ୍ରମିତଙ୍କ ଚିକିତ୍ସା ଲାଗି 10  ହଜାର ଶଯ୍ୟା ବ୍ୟବସ୍ଥା ହେବ। ବହୁତଳ ବିଶିଷ୍ଟ ଆବାସିକ କୋଠାକୁ ଚିକିତ୍ସା ପାଇଁ ବ୍ୟବହାର କରାଯିବ।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 11 ହଜାର 923ରେ ପହଞ୍ଚିଥିବାବେଳେ 191ଜଣଙ୍କର ମୃତ୍ୟୁ ହୋଇଛି ।

Related posts