Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲ୍ୟବିବାହ ରୋକିବାରେ ସଫଳ ହେଲା ଚାଇଲଡ୍ ଲାଇନ୍‌
ଆଜିର ଖବର

ବାଲ୍ୟବିବାହ ରୋକିବାରେ ସଫଳ ହେଲା ଚାଇଲଡ୍ ଲାଇନ୍‌

June 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସରକାର କମ୍ ବୟସରୁ ବାହାଘର ନ ହେବା ପାଇଁ ଗଣ ମାଧ୍ୟମରେ ବାରମ୍ବାର ସଚେତନ କଲେ ମଧ୍ୟ ଗ୍ରାମାଂଚଳର ଲୋକମାନେ ମାନୁ ନାହାନ୍ତି। ବରପାତ୍ର ମିଳିଗଲା ପରେ ଅତି କମ୍ ବୟସରୁ ବାହାଘର କରି ନିଜ ମୁଣ୍ଡରୁ ବୋଝ ଗଲା ବୋଲି ଭାବୁଛନ୍ତି। ଏମିତି ଏକ ଘଟଣା ଘଟିଛି ଯାହାକି କମ୍ ବୟସର ବାଳିକାକୁ ବାପଘର ବାହାଘର କରିଦେବା ସମୟରେ ଚାଇଲଡ୍ ଲାଇନ୍ ଦ୍ୱାରା ଧରା ପଡି ଶେଷରେ ବାହାଘର ବନ୍ଦ ହେବା ଭଳି ଘଟଣା ଘଟିଛି ଚାରମାଳ ଥାନା ଅଂଚଳରେ।

ପ୍ରକାଶ ଯେ, ରେଢାଖୋଲ ସବ୍‌ଡିଭିଜନ୍ ଚାରମାଳ ଥାନା ବଂଶାଜାଲ ପଂଚାୟତର କୋଇଲିପଦର ଗ୍ରାମର ଜନୈକ ନାବାଳିକାର ବାହାଘର ବୀରମହାରାଜପୁର ଥାନା ଚୁମକାଦାଦର ଗ୍ରାମର ସୁମନ୍ତ ପ୍ରଧାନଙ୍କ ସହ ହେବାର ଥିଲା। ବରପକ୍ଷ ମଧ୍ୟ ପହଂଚି ସାରିଥିଲେ। ଏ ସଂପର୍କରେ ଚାରମାଳ ଚାଇଲଡ୍ ଲାଇନ୍ ଖବର ପାଇ ରେଢାଖୋଲ ସିଡିପିଓ(ବାଲ୍ୟବିବାହ ନିରୋଧ ଅଧିକାରୀ), ଚାରମାଳ ପୋଲିସ୍ ସହାୟତାରେ ଶିଶୁ କନ୍ୟାର ଘରକୁ ଯାଇ ନାବାଳିକାର ବାପା ଓ ମାଆଙ୍କୁ ଝିଅଟିର ବୟସ ପ୍ରମାଣ ପତ୍ର ମାଗିଥିଲେ ହେଲେ ଝିଅର ବାପା ଓ ମାଆ କୌଣସି ପ୍ରମାଣ ପତ୍ର ଦେଇ ପାରି ନ ଥିଲେ। ଝିଅର ଆଧାର କାର୍ଡ ଅନୁଯାୟୀ ୧୬ ବର୍ଷ ୧୦ ମାସ ହେଉଥିବା ସୂଚନାମ ମିଳିଥିଲା। ଝିଅର ବାପା ଓ ମାଆଙ୍କୁ ବୁଝା ସୁଝା ପରେ ବାଲ୍ୟ ବିବାହ କୁ ରୋକାଯାଇ ପାରିଥିଲା।

ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଗ୍ରାମାଂଚଳର ଲୋକମାନେ ସଚେତନତାର ଅଭାବ ଯୋଗୁଁ ଝିଅକୁ ବାହାଘର କରିଦେଉଥିବା ନିତିଦିନିଆ ଘଟଣା ହୋଇଗଲାଣି। ଆଜି ଝିଅର ବାପା ଓ ମାଆ ତଥା ବର ପକ୍ଷ ଏକ ଚୁକ୍ତିନାମା ଲେଖିଦେବା ପରେ ଝିଅର ବାହାଘରକୁ ବନ୍ଦ କରିଦିଆଯାଇଥିଲା। ଏଥିରେ ଚାରମାଳ ଚାଇଲଡ୍ ଲାଇନ୍ ର କର୍ମକର୍ତ୍ତା ତଥା ଚାରମାଳ ଥାନା ସହଯାଗ କରିଥିଲା। କନ୍ୟାପକ୍ଷ ମଧ୍ୟ ପ୍ରଶାସନ ଠାରୁ ଏହି ବାହାଘର ସଂପର୍କରେ କୌଣସି ଅନୁମତି ପତ୍ର ଆଣି ନଥିଲେ ବୋଲି ଜଣା ପଡିଛି।

ବାଲ୍ୟବିବାହ ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026
Latest News

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.