Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭୁବନେଶ୍ବରରୁ 25 ପଜିଟିଭ୍‌ : 23 ଲୋକାଲ୍‌ କେସ୍‌
ଆଜିର ଖବର

ଆଜି ଭୁବନେଶ୍ବରରୁ 25 ପଜିଟିଭ୍‌ : 23 ଲୋକାଲ୍‌ କେସ୍‌

June 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଚିନ୍ତା ବଢାଇଲାଣି ରାଜଧାନୀ । ରାଜଧାନୀରେ ଲୋକାଲ୍‌ କେସ୍‌ ବଢି ଚାଲିଛି ।ଆଜି ଭୁବନେଶ୍ବରରୁ 25 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 23 ଜଣ ଲୋକାଲ୍‌ କେସ୍‌ ହୋଇଥିବାବେଳେ 2 ଜଣ ହୋମ୍‌ କ୍ବାରେଣ୍ଟିନ୍‌ ବୋଲି ସୂଚନା ଦେଇଛି ବିଏମ୍‌ସି। ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ 28 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 44 ବର୍ଷୀୟ ରେଲ୍‌ଓ୍ବେ କର୍ମଚାରୀ ରହିଛନ୍ତି । ଯୁବତୀ ଜଣକ ନିକଟରେ କୋଲକତାରୁ ଫେରିଥିବାବେଳେ ରେଲ୍‌ଓ୍ବେ କର୍ମଚାରୀ ଜଣକ ଦିଲ୍ଲୀରୁ ଫେରିଥିଲେ ବୋଲି ସୂଚନା ରହିଛି ।

ସେହିପରି ଅନ୍ୟ 23 ଲୋକାଲ୍‌ କେସ୍‌ ମଧ୍ୟରୁ  ମଞ୍ଚେଶ୍ବରରୁ 5 ଜଣ ରହିଛନ୍ତି ।  ସେହିପରି ସାମନ୍ତରାପୁରରୁ ଦୁଇଜଣ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ଜଣେ କ୍ବାରେଣ୍‌ଟାଇନ୍‌ ସେଣ୍ଟରରେ କାର୍ଯ୍ୟ କରନ୍ତି ବୋଲି ଜଣାପଡିଛନ୍ତି । ସେହିପରି ଚକେଇସିଆଣୀ ମଞ୍ଚନାଥ ହାଇସ୍କୁଲ ନିକଟରୁ 4 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ରହିଛି । ସେହିପରି ଚକେଇସିଆଣିର ହାଡବାଇ ବସ୍ତିରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପାର୍ଟପୋର୍ଟ ଅଫିସ୍‌ ବାଲିତୋଟା ସାହି ବସ୍ତିରୁ ଚାରିଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଚାରିଜଣଙ୍କ ମଧ୍ୟରେ ତିନିଜଣ ପୁରୁଷ ଥିବାବେଳେ ଜଣେ ମହିଳା ରହିଛନ୍ତି । ସେହିପରି ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ  ଜଣେ 22 ବର୍ଷୀୟ ଯୁବତୀ ଚିହ୍ନଟ ହୋଇଛନ୍ତି ।

ଅଶୋକ ନଗରରୁ ଜଣେ 50 ବର୍ଷୀୟ ମହିଳା ଚିହ୍ନଟ ହୋଇଥିବାବେଳେ ନୀଳାଦ୍ରି ବିହାର ବୁଦ୍ଧ ପାର୍କ ନିକଟରୁ  ଜଣେ 56 ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ 43 ବର୍ଷୀୟା ମହିଳା ନୟାପଲ୍ଲୀରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ଘରୋଇ ହସ୍ପିଟାଲରୁ ଜଣେ କର୍ମଚାରୀ ଚିହ୍ନଟ ହୋଇଛନ୍ତି । 22 ବର୍ଷୀୟା ଯୁବତୀ ଜଣକ ପୂର୍ବ ସଂକ୍ରମିତଙ୍କସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ  ଆକ୍ରାନ୍ତ 37 ବର୍ଷୀୟ ପୁରୁଷ ସରକାରୀ ହସ୍ପିଟାଲରେ କାର୍ଯ୍ୟକରୁଥିବାର ଜଣାପଡିଛି ।

Image

ଆଜି ଭୁବନେଶ୍ବରର ସହରରୁ 7 ଜଣ ସୁସ୍ଥ ହୋଇଛନ୍ତି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବର ସହରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 314ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 174 ଜଣ । ସେହିପରି 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 135 ଜଣ ଏବେ ସକ୍ରିୟ ଅଛନ୍ତି ।

ପଜିଟିଭ୍‌ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ମୋହାଲିରେ ଅକ୍ସିଜେନ ପ୍ଲାଣ୍ଟରେ ସିଲିଣ୍ଡର ବିସ୍ଫୋରଣ, ୨ ମୃତ, ୩ ଆହତ

August 6, 2025

ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି ଏବଂ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ବାତିଲ ହେଲା କିଛି ଟ୍ରେନ  

August 6, 2025

ଶରଦ ପାୱାରଙ୍କୁ ବଡ଼ ଝଟକା!: ଅଜିତ ପାୱାରଙ୍କ NCPରେ ଯୋଗଦେଲେ ଏହି ବଡ଼ ନେତା

August 6, 2025

ବିସିସିଆଇର ଏହି ନିଷ୍ପତ୍ତି ଯୋଗୁଁ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୁମରାହ?: ନିୟମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

August 6, 2025
Latest News

ପାକିସ୍ତାନର ପ୍ରତ୍ୟେକ ହିଂସାତ୍ମକ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନାକୁ ପ୍ରସ୍ତୁତ ରହିବାକୁ ପଡିବ: ସିଡିଏସ୍

August 6, 2025

ମୋହାଲିରେ ଅକ୍ସିଜେନ ପ୍ଲାଣ୍ଟରେ ସିଲିଣ୍ଡର ବିସ୍ଫୋରଣ, ୨ ମୃତ, ୩ ଆହତ

August 6, 2025

ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି ଏବଂ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ବାତିଲ ହେଲା କିଛି ଟ୍ରେନ  

August 6, 2025

ଭାରତ ଉପରେ ବାଂଲାଦେଶ ରାଷ୍ଟ୍ରଦୂତଙ୍କ ଏହି ବଡ଼ ବୟାନ: ପାକିସ୍ତାନ ଏବଂ ଚୀନ୍ ପାଇଁ ଝଟକା

August 6, 2025

ଶରଦ ପାୱାରଙ୍କୁ ବଡ଼ ଝଟକା!: ଅଜିତ ପାୱାରଙ୍କ NCPରେ ଯୋଗଦେଲେ ଏହି ବଡ଼ ନେତା

August 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.