ଜଗତସିଂହପୁର : ବାହାରିଲେ 9, ସୁସ୍ଥ ହେଲେ 2

Published: Jun 29, 2020, 4:27 pm IST

ରମେଶ ମହାନ୍ତି

ଜଗତସିଂହପୁର : ଆଜି ଜଗତସିଂହପୁରରୁ 9 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ଜିଲ୍ଳା ପ୍ରଶାସନ ।  ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମେସ୍ତ ପ୍ରବାସ ଫେରନ୍ତା ରହିଥିବାବେଳେ ସମସ୍ତ ଆକ୍ରାନ୍ତ ଟିଏମ୍‌ସିରୁ  ଚିହ୍ନଟ ହୋଇଛନ୍ତି । କୁଜଙ୍ଗରୁ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ଦୁଇଜଣ ଓ ଦିଲ୍ଲୀରୁ ଜଣେ ଫେରିଥିଲେ । ସେହିପରି ନୂଆଗାଁରୁ ମଧ୍ୟ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ତିର୍ତ୍ତୋଲରୁ  ତିନିଜଣ ଚିହ୍ନଟ ହୋଇଥିବା ସ୍ଥଳେ ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି । ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ସାଉଦି ଆରବରୁ ଫେରିଥିବାବେଳେ ଅନ୍ୟ ଜଣକ ପଶ୍ଚିମବଙ୍ଗରୁ ଫେରିଛନ୍ତି।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 281ରେ ପହଞ୍ଚିଛି । ସେହିପରି ଆଜି ଜିଲ୍ଲାରୁ 2ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ଏପର୍ଯ୍ୟନ୍ତ 110ଟି ଆକ୍ଟିଭ୍‌ କେସ ରହିଥିବାବେଳେ 171ଜଣ ସୁସ୍ଥ ହୋଇଛନ୍ତି ।

Related posts