ଆଜି ରାଜ୍ୟରୁ 243 ଜଣ ସୁସ୍ଥ ହୋଇଛନ୍ତି

Published: Jun 30, 2020, 5:40 pm IST

ଭୁବନେଶ୍ବର : ଆଜି ରାଜ୍ୟରୁ 243 ଜଣ ସୁସ୍ଥ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥଙ୍କ ମଧ୍ୟରେ ଗଜପତିରୁ ସର୍ବାଧିକ 59 ଜଣ ରହିଛନ୍ତି । ସେହିପରି ଆଜି ଗଞ୍ଜାମରୁ 41 ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ 38, କନ୍ଧମାଳରୁ 17, ଝାରସୁଗୁଡାରୁ 15, ସୁନ୍ଦରଗଡରୁ 10, ଭଦ୍ରକ,  ଯାଜପୁର ଓ କେନ୍ଦ୍ରାପଡାରୁ 8ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ 7, ବରଗଡ ଓ ମୟୂରଭଞ୍ଜରୁ 6 ଜଣ ଲେଖାଏଁ ରହିଛନ୍ତି । ଜଗତସିଂହପୁରରୁ 5, କଟକ, ମାଲକାନଗିରି ଓ ନବରଙ୍ଗପୁରରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବାଲେଶ୍ବରରୁ 2 ଜଣ ଓ କଳାହାଣ୍ଡିରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Related posts