ବାତିଲ୍‌ ହେଲା ଯୁକ୍ତ ଦୁଇ ପରୀକ୍ଷା

Published: Jul 1, 2020, 12:34 pm IST

ଭୁବନେଶ୍ବର :  ରାଜ୍ୟରେ ବାତିଲ୍‌ ହେଲା ଯୁକ୍ତ ଦୁଇ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟର ବାକିଥିବା ପରୀକ୍ଷାକୁ ବାତିଲ୍‌ କରାଯାଇଥିବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

କରୋନା ସଂକ୍ରମଣ ରାଜ୍ୟରେ ବଢୁଥିବାରୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି। କରୋନା ସ୍ଥିତିକୁ ଦେଖି ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ମାର୍ଚ୍ଚ 23ରୁ 28 ମଧ୍ୟରେ ହେବାକୁ ଥିବା ପରୀକ୍ଷା ବାତିଲ୍‌ ହୋଇଛି ।  ସିବିଏସ୍‌ଇ ଢାଞ୍ଚାରେ ମାର୍କିଂ ହେବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

ପିଲାମାନେ ଦେଇଥିବା ପରୀକ୍ଷାକୁ ଦେଖି ଆଭରେଜ ଦେଖି ମାର୍କିଂ କରାଯିବ ବୋଲି ସୂଚନା ରହିଛି ।  ଯେଉଁମାନେ 5ଟି ପରୀକ୍ଷା ଦେଇଥିବେ, ତାଙ୍କର ଶ୍ରେଷ୍ଠ 3ଟିରୁ ଆଭରେଜ  3ଟି ଆଭେରଜ ସେହିପରି ଯେଉଁମାନେ 4ଟି ପରୀକ୍ଷା ଦେଇଥିବେ, ଶ୍ରେଷ୍ଠ 2ଟି ଦେଖି ଆଭରେଜ୍‌ ମାର୍କ ଦିଆଯିବ । କମ୍ପାର୍ଟମଣ୍ଟାଲ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଗଲାବର୍ଷର ଶ୍ରେଷ୍ଠ ମାର୍କ ଦେଖି ଆଭରେଜ୍‌ ମାର୍କ ଦିଆଯିବ । ଯେଉଁମାନେ ମାର୍କରେ ସନ୍ତୁଷ୍ଟ ହେବେନି, କରୋନା ସ୍ଥିତି ଟଳିଲେ ସେମାନଙ୍କ ପାଇଁ ସେମାନେ ପରୀକ୍ଷା ଦେବେ। ଜୁଲାଇ 31 ସୁଦ୍ଧା ରେଜଲ୍ଟ ପ୍ରକାଶ କରିବା  ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

 

 

Related posts