ଆଜି କଟକ ସହରରୁ 11 ପଜିଟିଭ୍‌

Published: Jul 4, 2020, 1:33 pm IST

କଟକ : ଆଜି କଟକ ସହରରୁ ନୂତନ 11ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ 5ଜଣ ସରକାରୀ କ୍ବାରେଣ୍ଟିନ୍‌ର ଚିହ୍ନଟ ହୋଇଥିବାବେଳେ 6 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭଙ୍କ ମଧ୍ୟରେକ୍ୟାନସର ହସ୍ପିଟାଲରୁ ପାଞ୍ଚ ଜଣ ରୋଗୀ ଏବଂ ସମ୍ପର୍କୀୟ ଚିହ୍ନଟ ହୋଇଛନ୍ତି । ସେହିପରି  ଆଜି  ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ୍‌ ଯୋଦ୍ଧା ଥିବାବେଳେ 5 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ସୂଚନା ରହିଛି ।

ନୂତନ 11ଜଣ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଏବେ ମୋଟ୍‌ ପଜିଟିଭ୍‌ଙ୍କ ସଂଖ୍ୟା 116ରେ ପହଞ୍ଚିଛି । ସେହିପରି କଟକ ସହରରେ 2 ଜଣଙ୍କର ମୃତ୍ୟୁ ଘଟିଥବାବେଳେ ସୁସ୍ଥ ହୋଇଛନ୍ତି 22 ଜଣ । ଏବେ ସୁଦ୍ଧା 92 ଜଣ ସକ୍ରିୟ ରହିଛନ୍ତି ।

 

Image

Related posts