କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କଲା ସିଏମ୍‌ସି

Published: Jul 4, 2020, 2:31 pm IST

କଟକ : କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କଲା ସିଏମ୍‌ସି । ଆସନ୍ତା 8 ତାରିଖ ଯାଏ କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । 8 ତାରିଖ ମଧ୍ୟରାତ୍ର ଯାଏ କଟକ ସହର ସଟ୍‌ଡାଉନ ହେବ ବୋଲି ସୂଚନା ରହିଛି । ଘୋଷଣା ତତ୍କାଳ ଲାଗୁ ନେଇ ସିଏମ୍‌ସି ପକ୍ଷରୁ ସୂଚନା ରହିଛି । ଏହି ସମୟରେ କୌଣସି ଅଣଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି ବୋଲି ସୂଚନା ଦେଇଛି ସିଏମ୍‌ସି। ସେହିପରି ଏହି ସମୟରେ  ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଗ୍ରୋସରୀ, କ୍ଷୀର,  ପରିବା ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ରହିଛି । ଏହି ସବୁ ଦୋକାନ ସକାଳ 5ରୁ ସନ୍ଧ୍ୟା 6 ଯାଏ ଖୋଲିବ । ତେବେ ଔଷଧ ଦୋକାନ ଖୋଲାରହିବାକୁ ଅନୁମତି ଥିବାବେଳେ ଅନଲାଇନ୍‌ ଡେଲିଭରି ଚାଲୁ ରହିବ ବୋଲି ସୂଚନା ରହିଛି । ତେବେ ଏହି ସମୟରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଚାଲୁ ରହିବ ବୋଲି ସୂଚନା ରହିଛି ।

 

Related posts