30 ପ୍ରତିଶତ କମିବ CBSE ସିଲାବସ, ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ନେଲେ ନିଷ୍ପତ୍ତି

Published: Jul 7, 2020, 6:08 pm IST

ନୂଆଦିଲ୍ଲୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଥିବା ପାଠ୍ୟକ୍ରମରେ ଚଳିତ ବର୍ଷ ପାଇଁ 30 ପ୍ରତିଶତ ହ୍ରାସ କରିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଳ ନିଶଙ୍କ ଏହା କହିଛନ୍ତି। କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ର ଛାତ୍ରୀ, ଶିକ୍ଷକ, ବୋର୍ଡ ସହିତ ବ୍ୟାପକ ବିଚାରବିମର୍ଷ କରି ଏହି ନିଷ୍ପତ୍ତି ନିଆଯାଇଥିବା ପୋଖରିଆଲ କହିଛନ୍ତି ।

କରୋନା କାରଣରୁ ମାର୍ଚ୍ଚ 25ରୁ ଦେଶବ୍ୟାପୀ ଲକ୍ ଡାଉନ୍ ହୋଇଥିବାରୁ ଚଳିତ ବର୍ଷ ପାଠପଢା ବ୍ୟାହତ ହୋଇଛି। ଅନଲାଇନ କ୍ଲାସକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଚିନ୍ତାରେ ଥିବାରୁ ସେମାନଙ୍କୁ ଚାପମୁକ୍ତ କରିବା ପାଇଁ ସରକାର ପାଠ୍ୟକ୍ରମ ବା ସିଲାବସ 30 ପ୍ରତିଶତ କମାଯାଇଛି। ଏହା ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଆଶ୍ବସ୍ତ ହେବେ। (ଏଜେନସି)

Related posts